ଟାଟା ମେଟିକା ହସପିଟାଲକୁ କୋଭିଡ୍ ହସପିଟାଲ କରାଯିବ

ଯାଜପୁର:ଯାଜପୁର କଳିଙ୍ଗନଗର ଟାଟା ମେଟିକା ହସପିଟାଲକୁ କୋଭିଡ୍ ହସପିଟାଲ କରାଯିବ ।ସେଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି।ଏହାକୁ ଅନୁଧ୍ୟାନ କରିବାକୁ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ୫ ଟିର ସଚିବ ଭି.କେ. ପାଣ୍ଡେୟାନ୍ ହେଲି କ୍ୟାପଟର ଯୋଗେ ଟାଟା ହସପିଟାଲ ଗସ୍ତ କରିଥିଲେ । ଆପାତତଃ ଆଗାମୀ ୧୦ ତାରିଖ ସୁଦ୍ଧା ଟାଟା ହସପିଟାଲରେ ୧୫୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ-୧୯ ହସ୍ପିଟାଲ ଲୋକାର୍ପଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିପାଇଁ ଶଯ୍ୟା ଗୁଡିକ ଅବସ୍ଥାପିତ କରାଯିବା ସହିତ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ମଧ୍ୟ କରାଯାଉଛି । ଏହି ହସପିଟାଲରେ କୋଭିଡ୍-୧୯ର ଆକ୍ରାନ୍ତ ମାନଙ୍କ ଚିକିତ୍ସା ପାଇଁ ଟାଟା ମେଡିକା କର୍ତ୍ତୃପକ୍ଷ ୩୦ଜଣ ଡାକ୍ତର ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ୧୦ରୁ ୧୫ଜଣ ଅତିରିକ୍ତ ଡାକ୍ତର ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଠାରେ ଯାଜପୁର ସମେତ ପଡୋଶୀ ଜିଲ୍ଲାର ଆକ୍ରାନ୍ତ ମାନଙ୍କୁ ଚିକିତ୍ସା କରାଯିବ ବୋଲି କୁହାଯାଇଛି । ସେହିପରି ଜିଲ୍ଲା ସଦର ମହକୁମା ସ୍ଥିତ ଏନସି କଲେଜ ପରିସରରେ ମଧ୍ୟ ୪୦୦ ଶଯ୍ୟା ବିଶିଷ୍ଟ ଆଉ ଏକ କୋଭିଡ୍ ହସପିଟାଲ ଲୋକାର୍ପିତ କରାଯିବାକୁ ଯୁଦ୍ଧ କାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ