ଟାଟା ଷ୍ଟିଲରେ ସ୍ୱଚ୍ଛତା ପଖୱାଡ଼ା ଉଦ୍‌ଯାପିତ

ଯୋଡ଼ା,(ସମୀର କୁମାର ଦାସ): ଡିସେମ୍ବର ୩, ୨୦୨୦: ଭୁବନେଶ୍ୱର ଆଇବିଏମ୍ ତତ୍ତ୍ୱାବଧାନରେ ଟାଟା ଷ୍ଟିଲ ପକ୍ଷରୁ ନଭେମ୍ବର ୧୬ ରୁ ୩୦ ତାରିଖ ମଧ୍ୟରେ ଯୋଡ଼ା ପୂର୍ବ ଲୌହ ଖଣି, ଖଣ୍ଡବନ୍ଧ ଲୌହ ଖଣି, କାଟାମାଟି ଲୌହ ଖଣି ଓ ମାଙ୍ଗାନିଜ ଗ୍ରୁପ୍ ଅଫ୍ ମାଇନ୍ସର ବିଚ୍ଛାକୁଣ୍ଡି, ବାମେବାରୀ ଓ ତିରିଙ୍ଗପାହଡ଼ଠାରେ ସ୍ୱଚ୍ଛତା ପଖୱାଡ଼ା ୨୦୨୦ ଆୟୋଜିତ ହୋଇଯାଇଛି । ସ୍ୱଛତା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ଓ ଏହାର ପ୍ରସାର ଲକ୍ଷ୍ୟରେ ସମସ୍ତ ସାମାଜିକ ଦୂରତ୍ୱ ନିୟମର ପାଳନ କରି ଏକ ପରିଷ୍କାର ଓ ସୁନ୍ଦର କାର୍ଯ୍ୟାଳୟ ପରିସର, ଆବାସିକ ଭବନ ଓ କାର୍ଯ୍ୟସ୍ଥଳୀ ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ୧୫ ଦିନିଆ ପଖୱାଡ଼ାର ପ୍ରତ୍ୟେକ ଦିନ ଯୋଡ଼ା ଓ ଏହାର ପାଶ୍ୱର୍ବର୍ତ୍ତୀ ସମସ୍ତ ଖଣି କ୍ଷେତ୍ରରେ ଏକ ନିର୍ଦ୍ଧାରିତ ସମୟରେ ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ସ୍ୱଚ୍ଛତା କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା । ଏହାବ୍ୟତୀତ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଅଧିକାରୀମାନଙ୍କ ଦ୍ୱାରା ଯୋଡ଼ା ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ ଉପରେ ସଚେତନତା ଅଧିବେସନ ଆୟୋଜିତ ହୋଇଥିଲା । କୋଭିଡ଼-୧୯ଠାରୁ ସୁରକ୍ଷିତ ରହିବା ପାଇଁ ସତର୍କତାମୂଳକ ପଦକ୍ଷେପ ଉପରେ କର୍ମଚାରୀ ଓ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ