ଟାଟା ଷ୍ଟିଲ୍କୁ ପ୍ରଧାନମନ୍ତ୍ରୀ ଟ୍ରଫି

ନୂଆଦିଲ୍ଲୀ, (ଏଜେନ୍ସି): ଦେଶର ସର୍ବୋତ୍ତମ ସମନ୍ୱିତ ଇସ୍ପାତ କାରଖାନା ଭାବେ ଟାଟା ଷ୍ଟିଲକୁ ପ୍ରଧାନମନ୍ତ୍ରୀ ଟ୍ରଫି ପ୍ରଦାନ କରାଯାଇଛି । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହ ଟାଟା ଷ୍ଟିଲର ସର୍ବୋତ୍ତମ କାର୍ଯ୍ୟଦକ୍ଷତା ପାଇଁ ଏହି ଟ୍ରଫି ପ୍ରଦାନ କରିଛନ୍ତି । ସମନ୍ୱିତ ଇସ୍ପାତ କାରଖାନା ବର୍ଗରେ ଉକ୍ରୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ୨୦୧୬-୧୭ ବର୍ଷ ନିମନ୍ତେ ଟାଟା ଷ୍ଟିଲ ୨୫ତମ ପ୍ରଧାନମନ୍ତ୍ରୀ ଟ୍ରଫି ଲାଭ କରିଛନ୍ତି । ଲଗାତର ୪ର୍ଥ ବର୍ଷ ପାଇଁ ଟାଟା ଷ୍ଟିଲ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛି । ୧୯୯୨-୯୩ ମସିହାରୁ ଏହି ପୁରସ୍କାର ପ୍ରଚଳନ ହେବା ଠାରୁ ଟାଟା ଷ୍ଟିଲ ୧୩ ଥର ପାଇଁ ସର୍ବୋତ୍ତମ ସମନ୍ୱିତ ଇସ୍ପାତ କାରଖାନାର ମାନ୍ୟତା ପାଇବା ସହ ୧୧ ଥର ପ୍ରଧାନମନ୍ତ୍ରୀ ଟ୍ରଫି ଲାଭ କରିଛି । ଏଥିସହ ୨ ଥର ସର୍ବୋକ୍ରୃଷ୍ଟ ପ୍ରମାଣପତ୍ର ଲାଭ କରିଛି । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଉତ୍ସବରେ କେନ୍ଦ୍ର ମନ୍ତ୍ରୀଙ୍କଠାରୁ ଟାଟା ଷ୍ଟିଲ ସିଇଓ ତଥା ଏମଡ଼ି ଟି.ଭି.ନରେନ୍ଦ୍ରନ ଓ ଶ୍ରମିକ ସଂଘ ସଭାପତି ଆର୍ ରବି ପ୍ରସାଦ ପ୍ରଧାନମନ୍ତ୍ରୀ ଟ୍ରଫି ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ