ଟାଟା ଷ୍ଟିଲ୍‌ର ଖଣି ଗୁଡିକୁ 42 ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହରେ ପାଞ୍ଚ ଗୋଟି ପୁରସ୍କାର

ଯୋଡା,(ୱାଇଏନଏସ): ଖଣି ସୁରକ୍ଷା ମହାନିର୍ଦ୍ଦେଶକ (ଡିଜିଏମଏସ୍‌), ଭୁବନେଶ୍ୱର ଅଞ୍ଚଳ ଆନୁକୁଲ୍ୟରେ ରବିବାର ବଡବିଲ ଠାରେ ଅନୁଷ୍ଠିତ 42 ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳନ-2024 ଅବସରରେ ଟାଟା ଷ୍ଟିଲ୍ ପାଞ୍ଚ ଟି ପୁରସ୍କାର ହାସଲ କରିଛି । ଏ-1 ସମୁଦାୟ ବର୍ଗର ପ୍ରଦର୍ଶନରେ କାଟIମାଟି ଲୌହ ଖଣି ବିଜେତା ହୋଇ, ପ୍ରଥମ ସ୍ଥାନ ଅଧିକାର କରିଛି ।
ଏହାବ୍ୟତୀତ, ଷ୍ଟଲ ପ୍ରଦର୍ଶନୀ ବର୍ଗରେ ଟାଟା ଷ୍ଟିଲକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି, ଟାଟାଷ୍ଟିଲ ର ବାମେବାରି, ସIରୁଅବିଲ ଏବଂ ନୀଳାଚଳ ଖଣି କୁ ବିଭିନ୍ନ ବର୍ଗରେ ପୁରସ୍କାର ମିଳିଛି I ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଏଏମ୍ଏନ୍ଏସ୍ ମାଇନିଂ ନିର୍ଦ୍ଦେଶକ ଆଲୋକ ମେହତI, ଡି ଏମ୍ ଏସ୍ (ରିଜିଅନ-1) ଅବନିଶ ମିଶ୍ର, ଡି ଡି ଏମ୍ ଏସ୍ (ରିଜିଅନ-2) ଶିବ ଶଙ୍କର, ଡି ଡି ଏମ୍ ଏସ୍ (ଇଲେକ୍ଟ୍ରିକାଲ୍) ରାଞ୍ଚି, ମଳୟ ଜେନା, ଡିଡି ଏମ୍ ଏ ଏସ୍ (ରିଜିଅନ-1) ହରିପ୍ରସାଦ, ଡିଡି ଏମ୍ ଏ ଏସ୍ (ମେକାନିକାଲ) ରବିନ୍ଦ୍ର ବନ୍ତI, ଅତୁଲ କୁମାର ଭଟନIଗର, ମହାପ୍ରବନ୍ଧକ (ଓ ଏମ୍ କ୍ୟୁ) ଟାଟା ଷ୍ଟିଲ, ସୁରକ୍ଷା ବୋର୍ଡ ସଦସ୍ୟ, ସଂଘ ପ୍ରତିନିଧି, ଖଣି ଏଜେଂଟ୍, ମ୍ୟାନେଜର, ଅଧିକାରୀ, ଶ୍ରମିକ ନିରୀକ୍ଷକ ଏବଂ ବିଭିନ୍ନ ଖଣି କମ୍ପାନୀର କର୍ମଚାରୀମାନେ ଉପସ୍ଥିତ ଥିଲେ I ଏହି ଅବସରରେ ନୃତ୍ୟଦଳ ପକ୍ଷରୁ ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଟାଟା ଷ୍ଟିଲ, ଏଏମ୍ଏନ୍ଏସ୍,
ଜେଏସଡବ୍ଲ୍ୟୁ, ଜିନ୍ଦଲ ଷ୍ଟିଲ, ଓଡ଼ିଶା ଖଣି ନିଗମ, ବେଦାନ୍ତ ଭଳି ବିଭିନ୍ନ ଖଣି କମ୍ପାନି ଏବଂ ଭେଣ୍ଡର ପାର୍ଟନରମାନଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଷ୍ଟଲଗୁଡ଼ିକୁ ପରିଦର୍ଶନ କରିଥିଲେ ଯେଉଁଥିରେ ସର୍ବୋତମ ନିରାପତ୍ତା ଅଭ୍ୟାସ ଏବଂ ନିରାପତ୍ତା ଉପକରଣ ପ୍ରଦର୍ଶିତ ହୋଇଥିଲା ।
ଏହା ପୂର୍ବରୁ ଯୋଡା ଠାରେ ଅନୁଷ୍ଠିତ ଖଣି ସୁରକ୍ଷା ସପ୍ତାହ ପ୍ରି- ଫାଇନାଲ୍ ଡେ ପୁରସ୍କାର ବିତରଣ ସମାରୋହରେ ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ ଖଣି, କାଟାମାଟି ଲୌହ ଖଣି, ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫଏଏମଡି) ଏବଂ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନଆଇଏନଏଲ) ଓ ସୁକିନ୍ଦା କ୍ରୋମାଇଟ୍ ଖଣି ବିଭିନ୍ନ ବର୍ଗରେ ପୁରସ୍କୃତ ହୋଇଥିଲେ ।
ଖଣିରେ ସୁରକ୍ଷିତ କାର୍ଯ୍ୟ ପଦ୍ଧତିରେ ଉନ୍ନତି ଆଣିବା, ଖଣିରେ ଦୁର୍ଘଟଣାକୁ ଯଥେଷ୍ଟ ହ୍ରାସ କରିବା ଏବଂ ଖଣି ମାଲିକ ଓ କର୍ମଚାରୀଙ୍କ ଶୂନ୍ୟ କ୍ଷତି ସଂସ୍କୃତି ପାଇଁ ପ୍ରତିବର୍ଷ ଦେଶର ସମସ୍ତ ଅଂଚଳରେ ଖଣି ନିରାପତା ସପ୍ତାହ ପାଳନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ