ଟାଟା ଷ୍ଟିଲ୍ ପକ୍ଷରୁ ଯୋଡ଼ାରେ ୧୮୬ ତମ ପ୍ରତିଷ୍ଠା ଦିବସ ପାଳିତ

ଯୋଡ଼ା, (ସମୀର କୁମାର ଦାସ):ଟାଟା ଷ୍ଟିଲ୍ ଓର ମାଇନ୍ସ ଆଣ୍ଡ୍ କ୍ୱାରିଜ୍ (ଓଏମ୍କୁ୍ୟ) ଡିଭିଜନ୍ ର ଯୋଡ଼ା ୟୁନିଟ୍ ପକ୍ଷରୁ ସୋମବାର ଜାମସେତଜୀ ନୁସରୱାନଜୀ ଟାଟାଙ୍କ ୧୮୬ ତମ ଜୟନ୍ତୀକୁ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଇଛି ।ଟାଟା ଷ୍ଟିଲ୍ ଯୋଡ଼ା ର ଚିଫ୍ ରାଜେଶ କୁମାର ଅନ୍ୟାନ୍ୟ ୟୁନିଟ୍ ର ମୁଖ୍ୟ, ଅଧିକାରୀ, କର୍ମଚାରୀ ଏବଂ ୟୁନିୟନ୍ ପ୍ରତିନିଧିଙ୍କ ସହ ମିଶି ଜେସିଓ ଅଫିସ ଠାରେ ଜେ ଏନ୍ ଟାଟାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏତଦବ୍ୟତୀତ, ଯୋଡ଼ା ଇଷ୍ଟ ଖଣି, ଖଣ୍ଡବନ୍ଧ ଖଣି, ଫେରୋ ପ୍ଲାଣ୍ଟ, ନୀଳାଚଳ ଖଣି, କଳମଙ୍ଗ ଏବଂ ଗନ୍ଧଲପଦା ପ୍ରୋଜେକ୍ଟ ଅଫିସ ଏବଂ ମାଙ୍ଗାନିଜ ଗ୍ରୁପ୍ ଅଫ୍ ମାଇନ୍ସର କର୍ମଚାରୀ ଓ ଅଧିକାରୀମାନଙ୍କ ଦ୍ୱାରା ମଧ୍ୟ ଏହି ଦୂରଦ୍ରଷ୍ଟାଙ୍କୁ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।ପ୍ରାତଃ ସମୟରେ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରଭାତ ଫେରିରେ ଅଂଶଗ୍ରହଣ କରିଥିଲେ ଯାହା ଯୋଡ଼ା ୱେଷ୍ଟ୍ କ୍ୟାମ୍ପ୍ ରୁ ଆରମ୍ଭ ହୋଇ ଜେସିଓ ଅଫିସ୍ ରେ ଶେଷ ହୋଇଥିଲା I ସେମାନେ ମଧ୍ୟ ଏହି କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ପରେ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।ଏହି ଅବସରରେ ରାଜେଶ କୁମାର, ଅନ୍ୟ ଅଧିକାରୀଗଣ ଏବଂ ଟାଟା ଷ୍ଟିଲ୍ ହସ୍ପିଟାଲ୍ ଯୋଡ଼ାର ଅଧିକାରୀମାନଙ୍କ ଦ୍ୱାରା ରୋଗୀମାନଙ୍କୁ ଫଳ ପ୍ୟାକେଟ୍ ବଣ୍ଟନ କରାଯାଇଥିଲା ।ଏହି ଦିବସକୁ ଆହୁରି ଉତ୍ସବମୁଖର କରିବା ଲାଗି କର୍ମଚାରୀମାନଙ୍କ ପାଇଁ ସ୍ଥାନୀୟ କେନ୍ଦ୍ରୀୟ ଖେଳ ପଡିଆରେ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶେଷ ରେ ପ୍ରତିଯୋଗିତାର ବିଜେତାମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।ଏହା ବ୍ୟତୀତ ଯୋଡା ସହର ରେ ଥିବା ସାର ଦୋରାବଜୀ ଟାଟା ବଟାନିକାଲ୍ ପାର୍କ, ସେଣ୍ଟନାରି ପାର୍କ, ରେନୱାଟର ହାର୍ଭେଷ୍ଟିଂ ପାର୍କକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ଆଲୋକିତ କରାଯାଇଥିଲା । ଲୋକମାନେ ପରିବାର ବର୍ଗଙ୍କ ସହ ବୁଲି ଏହି ସାଜସଜ୍ଜା କୁ ମନଭରି ଉପଭୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ