ଟାଟା ଷ୍ଟିଲ କର୍ମଚାରୀଙ୍କ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ

ଟାଟା ସ୍ୱେଚ୍ଛାସେବା ସପ୍ତାହର ଦ୍ୱାଦଶ ସଂସ୍କରଣ ପାଳନ ଅବସରରେ ଟାଟା ଷ୍ଟିଲ ଓଏମ୍କ୍ୟୁ ଡିଭିଜନ ପକ୍ଷରୁ ଶୁକ୍ରବାର ଯୋଡ଼ାଠାରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଟାଟା ଷ୍ଟିଲ ଓ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍ଆରଡିଏସ୍)ର କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟମାନେ ଏହି କାର୍ଯ୍ୟକ୍ରମଗୁଡ଼ିକରେ ଭାଗ ନେଇଥିଲେ । ଏହି ଅବସରରେ ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଶିବିରରେ ଟାଟା ଷ୍ଟିଲ ଓ ଟିଏସ୍ଆରଡିଏସ୍ କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରିଥିଲେ । ଏହା ବ୍ୟତୀତ ଟାଟା ଷ୍ଟିଲ ଓ ଟିଏସ୍ଆରଡିଏସ୍ର କର୍ମଚାରୀମାନେ ଜୁରୁଡ଼ିସ୍ଥିତ ଏନ୍ଆଇଆଇଟି କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ସେମାନେ ଛାତ୍ରଛାତ୍ରୀମାନଙ୍କ ସହିତ ସମ୍ପ୍ରତି କ୍ୟାରିୟର ଗଢିବା ପାଇଁ ଉପଲବ୍ଧ ସୁଯୋଗ ଓ ଏକବିଂଶ ଶତାବ୍ଦୀରେ କମ୍ପ୍ୟୁଟର ଶିକ୍ଷାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ଏହା ସହିତ ଅଧିକାରୀମାନେ ଏନ୍ଆଇଆଇଟି କେନ୍ଦ୍ରରେ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ସାମଗ୍ରୀ ବାନ୍ଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ