ଟାଟା ଷ୍ଟିଲ ଗ୍ରାମୀଣ କୌଶଳ ସଂସ୍ଥା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଛତ୍ରପୁର: ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ଦ୍ୱାରା (ଗୋପାଳପୁର ଶାଖା) ପକ୍ଷରୁ ସ୍ଥାନୀୟ ଦାମିୟାନ ନଗରଠାରେ ଟାଟା ଗ୍ରାମୀଣ କୌଶଳ ସଂସ୍ଥାର ମୁଖ୍ୟ ରକିନ ମାଟିନଙ୍କ ତତ୍ତ୍ୱାବଧାନରେ ମାଗଣା ସ୍ୱାସ୍ଥ୍ୟ ଏବଂ କୁଷ୍ଠ ରୋଗ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଜଂୟ ରେଡ୍ଡି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ରୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କ ଅଫ ବରୋଦାର ସହ ଶାଖା ପରିଚାଳିକା ସମାପ୍ତି ପଣ୍ଡା ,କ୍ୟୁୟର୍ସ ଅନୁଷ୍ଠାନର ସଂପାଦକ ଅରୁଣ କୁମାର ଶତପଥୀ, ଅଭିରାମ ପ୍ରଧାନ, ଟାଟାଷ୍ଟିଲର ଈଶ୍ୱର କୁମାର ପରିଡ଼ା, ନରସିଂହ ସାହୁ, ଡା.ମଧୁସୂଦନ ପଣ୍ଡା, କାମରାଜୁ ଭୂୟାଁଙ୍କ ସମେତ ବହୁ ଟାଟାଷ୍ଟିଲର ବହୁ କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି ଶିବିରରେ ଦାମିୟାନ ନଗରର ୧୫୮ଜଣ କୁଷ୍ଠ ରୋଗୀଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଂଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ