ଟାଟା ଷ୍ଟିଲ ତରଫରୁ ରଇଡ଼ାଠାରେ ଚିକିତ୍ସା ଶିବିର
ଯୋଡ଼ା -: ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍ଆରଡିଏସ୍), ଯୋଡ଼ା ଶାଖା ତରଫରୁ ବଡ଼ବିଲ ଅନ୍ତର୍ଗତ ରଇଡ଼ା ପଞ୍ଚାୟତ କ୍ଲବ୍ଠାରେ ଶୁକ୍ରବାର ଏକ ସ୍ତ୍ରୀ ରୋଗ ସମ୍ପର୍କିତ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ରଇଡ଼ା ପଞ୍ଚାୟତ ତଥା ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ପ୍ରାୟ ୪ଟି ଗ୍ରାମର ୧୩୪ ଜଣ ମହିଳା ଉକ୍ତ ଶିବିରରେ ସ୍ୱାସ୍ଥ୍ୟସେବା ଲାଭ କରିଥିଲେ । ଉକ୍ତ ଶିବିରରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନଙ୍କୁ ମାଗଣାରେ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଟିଏସ୍ଆରଡିଏସ୍ ଡାକ୍ତରମାନେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଅନ୍ୟ ସ୍ତ୍ରୀ ରୋଗ ଜନିତ ସମସ୍ୟା ସମ୍ପର୍କରେ ରୋଗୀମାନଙ୍କୁ ଆବଶ୍ୟକ ପରାମର୍ଶ ଓ ଚିକିିତ୍ସା ପ୍ରଦାନ କରିଥିଲେ । ଉକ୍ତ ମହିଳାମାନଙ୍କୁ ଶିବିରକୁ ଆଣିବା ନିମନ୍ତେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ସହଯୋଗ କରିଥିଲେ ।