ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ୧୮୧ତମ ପ୍ରତିଷ୍ଠାତା ଦିବସ ପାଳିତ
ଯୋଡ଼ା (ଯୁଗାଦ୍ଦ) ଟାଟାଷ୍ଟିଲ ପକ୍ଷରୁ ଯୋଡ଼ା ଠାରେ ଜାମସେତ୍ଜୀ ନସରେୱନ୍ଜୀ ଟାଟାଙ୍କ ୧୮୧ତମ ଜନ୍ମବାର୍ଷିକୀ ଅବସରରେ ପ୍ରତିଷ୍ଠାତା ଦିବସ ପାଳିତ ହୋଇଯାଇଛି । ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ରାଜେଶ କୁମାରଙ୍କ ସହ ଅନ୍ୟ କର୍ମଚାରୀମାନେ ଜେଏନ୍ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସଂଘର କର୍ମକର୍ତାମାନେ ଉପସ୍ଥିତ ଥିଲେ । ଶ୍ରଦ୍ଧାଞ୍ଜଳୀ ଅର୍ପଣ ପରେ କମ୍ପାନୀର ଅଧିକାରୀ ଓ କର୍ମଚାରୀମାନେ ଯୋଡ଼ାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାରେ ରୋଗୀମାନଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା । କମ୍ପାନୀର କର୍ମଚାରୀ ଓ ତାଙ୍କ ପରିବାର ବର୍ଗଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା । ପ୍ରତିଯୋଗିତାର ବିଜେତାମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହାବ୍ୟତୀତ ପଶ୍ଚିମ ଯୋଡ଼ାସ୍ଥିତ ସାର ଦୋରାବଜୀ ଟାଟା ବଟାନିକାଲ ପାର୍କ, ସେନ୍ଟେନାରୀ ପାର୍କ, ଏଫ୍ଏପି କାରଖାନା ସମ୍ମୁଖ ଓ ପୂର୍ବ ଯୋଡ଼ାସ୍ଥିତ ବର୍ଷା ଜଳ ସଂରକ୍ଷଣ ପାର୍କରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା ।