ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ୭୫ତମ ସ୍ୱାଧୀନତା ଦିବସ ପାଳିତ
ଯୋଡ଼ା, (ସମୀର ଦାସ): ଟାଟା ଷ୍ଟିଲ ପକ୍ଷରୁ ରବିବାର ଦିନଦେଶାତ୍ମବୋଧକ ଭାବନା ସହ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।ସମ୍ପ୍ରତି କୋଭିଡ଼-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଡ଼ାର ଜେସିଓଠାରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ସ୍ୱାଧୀନତା ଦିବସପାଳନ କରାଯାଇଛି । ଏହି ଅବସରରେ ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ଶ୍ରୀ ରାଜେଶ କୁମାର, ଡ଼ିଭିଜନ୍ର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସଂଘ ପ୍ରତିନିଧିଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ଏହି ଅବସରରେ ଯୋଡ଼ା ମୁଖ୍ୟ ଶ୍ରୀ ରାଜେଶ କୁମାର,“୭୫ତମ ସ୍ୱାଧୀନତା ଦିବସରେସମସ୍ତେ ଦେଶକୁ ନମନ କରିବା ସହିତ ନିସ୍ୱାର୍ଥପର ଭାବେ ମହାମାରୀ ସହିତ ସଂଗ୍ରାମ ଜାରି ରଖିଥିବା ଦେଶର ଆଗଧାଡ଼ିର କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଆହ୍ୱାନ କରିଥିଲେ” । ଯୋଡ଼ା ଫେରୋ ଆଲୟେଜ କାରଖାନା, ବିଚ୍ଚାକୁଣ୍ଡି ଓ ବାମେବାରୀଠାରେ ଆୟୋଜିତ ସମାନ କାର୍ଯ୍ୟକ୍ରମରେ ଯଥାକ୍ରମେଏଫ୍ଏପି ଯୋଡ଼ା ମୁଖ୍ୟ ଶ୍ରୀ ଜି ପି ସାହୁ, ଟାଟା ଷ୍ଟିଲ ଯୋଡ଼ା ୱେଷ୍ଟ ମାଙ୍ଗାନିଜ ମାଇନ୍ସର ବରିଷ୍ଠ ପ୍ରବନ୍ଧକ ଶ୍ରୀ ରିମଲାଲ ଯୋଶୀ ଓ ବାମେବାରୀ ସ୍ଥିତ ମାଙ୍ଗାନିଜ ମାଇନ୍ସର ବରିଷ୍ଠ ପ୍ରବନ୍ଧକ ଶ୍ରୀ ପ୍ରାଣକୃଷ୍ଣ ମହନ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସଂଘ ପ୍ରତିନିଧିଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ଏହାପରେ ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲରେ ରୋଗୀମାନଙ୍କ ମଧ୍ୟରେ ଫଳ ବଣ୍ଟନ କରାଯାଇଥିଲା । ଯୋଡ଼ା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ୬୭୪ଟି ଫଳ ଚାରା ବଣ୍ଟନ ସହିତ ଟାଟା ଷ୍ଟିଲ ସିଏସ୍ଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଏହାବ୍ୟତୀତ ଏକ ଆଲୋଚନାଭିତ୍ତିକ ଅଧିବେସନ ମାଧ୍ୟମରେ ଯୁବବର୍ଗଙ୍କ ମଧ୍ୟରେ ଦେଶ ପ୍ରତି ଉତ୍ତରଦାୟିତ୍ୱର ଭାବନାକୁ ବିକଶିତ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଯୁବବର୍ଗଙ୍କୁ ନେଇ ‘ରାଷ୍ଟ୍ର ନିର୍ମାଣରେ ଯୁବବର୍ଗଙ୍କ ଭୂମିକା’ ନାମକ ବିଷୟବସ୍ତୁ ଉପରେ ଏକ ଅନ୍ଲାଇନ୍ ସଚେତନତା ଅଧିବେସନର ଆୟୋଜନ କରାଯାଇଥିଲା । ଯୋଡ଼ା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୫୬ ଜଣ ଯୁବକ ଯୁବତୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।