ଟାଟା ଷ୍ଟିଲ ପକ୍ଷରୁ ସଡ଼କ ସୁରକ୍ଷା ଉପରେ ସଚେତନତା ରାଲି

ଯୋଡ଼ା,(ସମୀର କୁମାର ଦାସ): ଫେବୃଆରୀ ୩, ୨୦୨୧: ୩୨ତମ ସଡ଼କ ସୁରକ୍ଷା ମାସ ପାଳନ ଅବସରରେଟାଟା ଷ୍ଟିଲ ଯୋଡ଼ା ବ୍ରିଗେଡ଼ ସେଣ୍ଟ ଜନ୍ ଆମ୍ବୁଲାନ୍ସର ସହଯୋଗରେ ଟାଟା ଷ୍ଟିଲ ଫେରୋ ଆଲୟେଜ କାରଖାନା (ଯୋଡ଼ା) ପକ୍ଷରୁବୁଧବାର ଦିନ ଯୋଡ଼ାଠାରେ ଏକ ମେଗା ସଡ଼କ ସୁରକ୍ଷା ସଚେତନତା ରାଲି ଆୟୋଜିତ ହୋଇଯାଇଛି । ଟାଟା ଷ୍ଟିଲ ଯୋଡ଼ା ୱେଷ୍ଟ ମୁଖ୍ୟ ଫାଟକଠାରୁ ଆରମ୍ଭ ହୋଇ ଯୋଡ଼ା ଏଫ୍‌ଏପିଠାରେ ସମାପ୍ତ ହୋଇଥିବା ଏହି ସଚେତନତା ରାଲିରେ ଟାଟା ଷ୍ଟିଲ ଫୋରୋ ଆଲୟେଜ କାରଖାନା (ଯୋଡ଼ା)ର କର୍ମଚାରୀମାନଙ୍କ ସହିତ ଟାଟା ଷ୍ଟିଲ ଯୋଡ଼ା ବ୍ରିଗେଡ଼ ସେଣ୍ଟ ଜନ୍ ଆମ୍ବୁଲାନ୍ସର ଅଧିକାରୀ ଓ ଠିକା କର୍ମଚାରୀମାନଙ୍କୁ ମିଶାଇ ୬୦ରୁ ଊର୍ଦ୍ଧ୍ୱ ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ଏହି ରାଲି ଯୋଡ଼ାର ପ୍ରମୁଖ ସଡ଼କ ମଧ୍ୟ ଦେଇ ଗତି କରିଥିଲା । ଏହି ଅବସରରେ ଯୋଡ଼ା ପୋଲିସ ଷ୍ଟେସନ୍ ଆଇଆଇସି ଶ୍ରୀ ରାୟସେନ୍ ମୁର୍ମୁ ଏବଂ ଯୋଡ଼ା ଏଫ୍‌ଏପି ମୁଖ୍ୟ ଶ୍ରୀ ଜି ପି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଟାଟା ଷ୍ଟିଲ ଯୋଡ଼ା ବ୍ରିଗେଡ଼ ସେଣ୍ଟ ଜନ୍ ଆମ୍ବୁଲାନ୍ସର ଡିଭିଜନାଲ କମାଣ୍ଡର ଶ୍ରୀ ସୁପିଲ ସାମଲ ଏବଂ ଟାଟା ଷ୍ଟିଲ ଓ ସେଣ୍ଟ ଜନ୍ ଆମ୍ବୁଲାନ୍ସର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ରାଲିରେ ଯୋଗ ଦେଇଥିବା ବ୍ୟକ୍ତିମାନେ ପ୍ରଚାରପତ୍ର ଓ ବ୍ୟାନର ମାଧ୍ୟମରେ ଲୋକମାନଙ୍କୁ ଟ୍ରାଫିକ ନିୟମ, ଦୁର୍ଘଟଣାକୁ ଏଡାଇବା, ମୋଟରସାଇକେଲ ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା, ଟ୍ରାଫିକ ସିଗନାଲ୍ ମାନିବା ଓ ଦ୍ରୁତଗତିରେ ଗାଡ଼ି ନ ଚଳାଇବା ଇଦ୍ୟାଦି ଉପରେ ସଚେତନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ବର୍ଷ ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଅଧିନରେ ସଡ଼କ ସୁରକ୍ଷା ମାସର ପାଳନ କରାଯାଉଛି । ଜାତୀୟ ସୁରକ୍ଷା ପରିଷଦ ଦେଶ ମଧ୍ୟରେ ସଡ଼କ ସୁରକ୍ଷା ଅଭିଯାନକୁ ପ୍ରୋତ୍ସାହନ ଦେବା ସହିତ ସରକାରଙ୍କ ଉଦ୍ୟମକୁ ପୁରଣ କରିଥାଏ । ଦେଶ ମଧ୍ୟରେ ସଡ଼କ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ସଡ଼କ ଦୁର୍ଘଟଣାକୁ କମ୍ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ