ଟାଟା ଷ୍ଟିଲ ଯୋଡ଼ା ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

ଯୋଡ଼ା,( ଯୁଗାବ୍ଦ ନ ୁ୍ୟଜ୍) : କେନ୍ଦୁଝର ଜିଲା ଯୋଡା ବ୍ଲକ ବାମେବାରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଟାଟାଷ୍ଟିଲ ପକ୍ଷରୁ ଏକ ଦିନିକିଆ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ଟାଟା ଷ୍ଟିଲ ମାଙ୍ଗାନିଜ୍ ଗ୍ରୁପ୍ ଅଫ୍ ମାଇନ୍ସର ମୁଖୟ ଅମିତି କୁମାର ଦୁବେ , ବାମେବାରୀ ମାଙ୍ଗାନିଜ୍ ମାଇନ୍ସର ବରିÂ ପ୍ରବନ୍ଧକ ରିମଲାଲ ଯୋଶୀ ଓ ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ଉଦଘାଟନ କରାଯାଇଥିଲା । ବାମେବାରୀ , ବେଲଦା, କୁଣ୍ଡପୋଶି, ଜମୁନାପୋଷି, ଭଣ୍ଡାରିଡିହା, ଜଗନ୍ନାଥପୁର, ଉଂଚ୍ଚବାଲି, ହେଁସାବେଡା, ବେଗୁନିଆ ସାହି ଓ ବିଡିପି ଅଂଚଳରୁ ପ୍ରାୟ ୫୦୯ ଜଣ ରୋଗୀ ଏହି ଦିନିକିଆ ଶିବିରରେ ସ୍ୱାସ୍ଥ୍ୟସେବା ଲାଭ କରିଥିଲେ । ଟାଟା ଷ୍ଟିଲ ଯୋଡା ହସ୍ପିଟାଲ ଓ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥାର ୬ଜଣ ବିଶେଷଜ୍ଞ ଡାକ୍ତର ଏହି ଶିବିରରେ ନିଜର ସେବା ଯୋଗାଇ ଦେଇଥିଲେ । ଏହି ଶିବିରରେ ରୋଗୀମାନଙ୍କୁ ପରାମର୍ଶ ପ୍ରଦାନ କରିବା ସହିତ ଭେଷଜ, ଚର୍ମ, ଶିଶୁ, ସ୍ତ୍ରୀ ରୋଗ ଓ ଅସ୍ଥିଶଲ୍ୟ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ମାଗଣା ଔଷଧ ପ୍ରଦାନ କରିଥିଲେ । ଶିବିରରେ ରୋଗର ସଠିକ୍ ନିରୂପଣ ପାଇଁ ରୋଗୀମାନଙ୍କ ରକ୍ତ ପରୀକ୍ଷା କରାଯିବା ସହିତ ଗର୍ଭବସ୍ଥା ଓ ମ୍ୟାଲେରିଆ ଚିହ୍ନଟ ପାଇଁ ଅନୁସନ୍ଧାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ