ଟାଟା ଷ୍ଟିଲ ସହାୟତାରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗି ମନଧନ ଯୋଜନାର ନାମାଙ୍କନ ଅଭିଯାନ

ଯୋଡ଼ା, (ସମୀର କୁମାର ଦାସ) : ଭାରତ ସରକାରଙ୍କ ଦ୍ୱାରା ଅସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଆରମ୍ଭ କରାଯାଇଥିବା ଏକ ଭତ୍ତା ଯୋଜନା ପ୍ରଧାନମନ୍ତ୍ରୀ ଶ୍ରମ ଯୋଗି ମନଧନ ଯୋଜନା (ପିଏମ୍‌ଏସ୍‌ୱାଇଏମ୍‌)କୁ ନେଇ କେନ୍ଦୁଝର ଜିଲ୍ଲାର ଯୋଡ଼ାଠାରେ ପ୍ରବଳ ଉତ୍ସାହ ଦେଖାଯାଇଛି । ଟାଟା ଷ୍ଟିଲର ସିଏସ୍‌ଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ସହଯୋଗରେ ଏହି ଯୋଜନା ପାଇଁ ଲୋକମାନଙ୍କୁ ସଚେତନ କରିବା ସହିତ ୪୭୧ ଜଣ ହିତାଧିକାରୀ ଏଥିରେ ପଞ୍ଜୀକୃତ କରାଯାଇଛି । ଏହି ୩ ଦିନିଆ ଅଭିଯାନରେ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ସହିତ ଯୋଡ଼ା, କଲମାଙ୍ଗ ଓ ଗନ୍ଧଲପଦାର ଦୂରଦୂରାନ୍ତ ଗ୍ରାମରୁ ଅସଂଗଠିତ କ୍ଷେତ୍ରରୁ ଲୋକମାନେ ଏହି ଯୋଜନାର ସୁଫଳ ପାଇବା ପାଇଁ ନିଜ ନାମ ପଞ୍ଜୀକରଣ କରିଛନ୍ତି । ଯୋଡ଼ା, ଖଣ୍ଡବନ୍ଧ ଓ କଲମାଙ୍ଗରେ ପଞ୍ଜୀକରଣ କାଉଣ୍ଟର ଓ ସେବା କେନ୍ଦ୍ର ସ୍ଥାପନ ବ୍ୟତୀତ ଏହି ଯୋଜନା ଅନ୍ତର୍ଗତ ଭତ୍ତା ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଏଥିରେ ସାମିଲ କରିବା ନିମନ୍ତେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଦୂର୍ଗମ ଅଞ୍ଚଳର ଲୋକମାନଙ୍କ ଘର ନିକଟରେ ପହଞ୍ଚିବା ସହିତ ସେମାନଙ୍କୁ ଏହାର ସୁଫଳ ବିଷୟରେ ସଚେତନ କରାଯାଇଥିଲା । ମାସିକ ଆୟ ୧୫,୦୦୦ ଟଙ୍କା ରୁ କମ୍ ଥିବା ବୟସ୍କ ଲୋକଙ୍କ ସୁରକ୍ଷା ଓ ଅଣସ୍ୱୀକୃତିପ୍ରାପ୍ତ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ପାଇଁ ପିଏମ୍‌ଏସ୍‌ୱାଇଏମ୍ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଗଦାନକାରୀ ଭତ୍ତା ଯୋଜନା ଅନ୍ତର୍ଗତ ହିିତାଧିକାରୀମାନେ ୬୦ ବର୍ଷ ବୟସ ପରେ ମାସକୁ ସର୍ବନିମ୍ନ ୩୦୦୦ ଟଙ୍କାର ଭତ୍ତା ପାଇପାରିବେ । ହିତାଧିକାରୀଙ୍କ ମତ୍ୟୁ ହେବା କ୍ଷେତ୍ରରେ ତାଙ୍କର ପତି ବା ପତ୍ନୀ ପାରିବାରିକ ଭତ୍ତା ଭାବରେ ଏହି ଭତ୍ତାର ୫୦ ପ୍ରତିଶତ ଟଙ୍କା ପାଇବାକୁ ହକଦାର ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ