ଟାଟା ଷ୍ଟ୍ରକ୍ଚରାକୁ ସୁପରବ୍ରାଣ୍ଡ୍ ମାନ୍ୟତା

ମୁମ୍ବାଇ, (ଏଜେନ୍ସି): କୋଠା, ଶିଳ୍ପ ସଂସ୍ଥା ଏବଂ ଭିତିଭୂମି ପ୍ରକଳ୍ପରେ ବ୍ୟବହାର କରାଯାଉଥିବା ଟାଟା ଷ୍ଟିଲ୍ର ଷ୍ଟ୍ରକ୍ଚରାଲ୍ ହଲୋ ଷ୍ଟିଲ୍ ବ୍ରାଣ୍ଡ୍ “ଟାଟା ଷ୍ଟ୍ରକ୍ଚରା’କୁ ନିକଟରେ ହୋଇଥିବା ସର୍ଭେରେ ମାନ୍ୟତା ପ୍ରଦାନ କରାଯାଇଛି । ଗ୍ରାହକ ଓ ଶିଳ୍ପ ସଂସ୍ଥା ଦ୍ୱାରା ଏହି ଉତ୍ପାଦ ବିପୁଳ ମାତ୍ରାରେ ଗ୍ରହଣୀୟ ହେବା ପରେ କମ୍ପାନୀ ଏହାକୁ ସୁପରବ୍ରାଣ୍ଡ୍ ମାନ୍ୟତା ଦେଇଛି । ଏହି ମାନ୍ୟତା ବ୍ରାଣ୍ଡ୍ ପାଇଁ ଅତୀତରେ ହୋଇଥିବା ଉଦ୍ୟମକୁ ସ୍ୱୀକୃତି ପ୍ରଦାନ କରିଥିବା ବେଳେ ବ୍ରାଣ୍ଡ୍ର ଭବିଷ୍ୟତ ବେଶ ଦୃଢ଼ ବୋଲି ଆକଳନ କରାଯାଇଛି । ଟାଟା ଟିସ୍କନ୍, ଟାଟା ଶକ୍ତି ଓ ଟାଟା ୱିରନ୍ ପରେ ଟାଟା ଷ୍ଟିଲ୍ର ଚତୁର୍ଥ ଉତ୍ପାଦ ଭାବେ “ଟାଟା ଷ୍ଟ୍ରକ୍ଚରା’କୁ ସୁପର୍ ବ୍ରାଣ୍ଡ୍ ମାନ୍ୟତା ପ୍ରଦାନ କରାଯାଇଛି । ଟାଟା ଷ୍ଟ୍ରକ୍ଚରାକୁ ଏହି ମାନ୍ୟତା ୨୦୨୦ ଅକ୍ଟୋବର ପର୍ଯ୍ୟନ୍ତ ପ୍ରଦାନ କରାଯାଇଛି । ସୁପର୍ବ୍ରାଣ୍ଡ୍ର ୨୦୧୯ ପ୍ରକାଶନୀରେ ଟାଟା ଷ୍ଟ୍ରକ୍ଚରା ସ୍ଥାନ ପାଇବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ