ଟାଟା ସ୍କାଏ ପକ୍ଷରୁ ବର୍ଷାଋତୁରେ ଟାଟା ସ୍କାଏ ଫିଟ୍ନେସ୍ କାର୍ଯ୍ୟକ୍ରମ
( ଯୁଗାବ୍ଦ ନ୍ୟୁଜ ) : ଅଗ୍ରଣୀ ଡିଟିଏଚ୍ କମ୍ପାନି ଟାଟା ସ୍କାଏ ପକ୍ଷରୁ ଏହାର ଗ୍ରାହକଙ୍କ ପାଇଁ ବର୍ଷାଋତୁର ଆଳସ୍ୟ ଦୂର କରିବା ପାଇଁ ଘରେ ବସି ଜିମ୍ର ସୁବିଧା ମିଳିପାରୁଥିବା କାର୍ଯ୍ୟକ୍ରମ ଟାଟା ସ୍କାଏ ଫିଟନେସ୍ର ଆରମ୍ଭ କରାଯାଇଛି । ସେଲିବ୍ରିଟି ଟ୍ରେନର ଶିଭୋହାମ୍ ଏନେଇ କେତେକ ଉପାଦେୟ ସ୍ୱାସ୍ଥ୍ୟ ସୂଚନା ପ୍ରଦାନ କରିବେ । ଶିଭୋହାମ୍ ଧୁମ୍-୩ରେ ଆମିର ଖାଁଙ୍କ ସହିତ କାମ କରିଛନ୍ତି । ସେହିପରି ଦବଙ୍ଗରେ ସୋନାକ୍ଷୀ ସିହ୍ନାଙ୍କ ସହିତ ମଧ୍ୟ କାମ କରିଛନ୍ତି । ଏହା ସହିତ ସେ ଜାକ୍ୱିଲିନା ଫର୍ଣ୍ଣଡିସ୍ ଏବଂ ଅଭିଷେକ ବଚ୍ଚନଙ୍କୁ ମଧ୍ୟ ତାଲିମ୍ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶିଭୋହମ୍ ୱାର୍କ ଆଉଟ୍ ସମ୍ପର୍କରେ ବିଭିନ୍ନ ସୂଚନା ପ୍ରଦାନ କରିବେ । ବିଭିନ୍ନ ୱାର୍କ ଆଉଟ୍ ମଧ୍ୟରେ ଜମ୍ପିଂ ଜ୍ୟାକ୍ ଦ୍ୱାରା କିଭଳି ହାର୍ଟ ସମ୍ପର୍କିତ ସମସ୍ୟା ଦୂର ହେଉଛି ତାହା ସେ ଅବଗତ କରାଇବେ । ସେହିପରି ଦଣ୍ଡ ବୈଠକ ଦ୍ୱାରା କିଭଳି କାନ୍ଧ, ଛାତି, ବାହୁ ଆଦିର ବ୍ୟାୟାମ ହେଉଛି ସେ ନେଇ ଅବଗତ କରାଇବେ । ସ୍କାଉଟସ୍ ଏବଂ ଲୁଙ୍ଗେଜ୍ ଦ୍ୱାରା ଶରୀରର ନିମ୍ନ ଅଙ୍ଗ ଗୁଡ଼ିକ କିଭଳି ସୁଦୃଢ଼ ହୋଇ ପାରୁଛି ସେ ନେଇ ଆବଶ୍ୟକ ପରାମର୍ଶ ଦେବେ । ସମ୍ପୂର୍ଣ୍ଣ ଶରୀରର ବ୍ୟାୟାମ ପାଇଁ ବୁରପିସ୍ର ଉପକାରିତା ବିଷୟରେ ଏହି କାର୍ଯ୍ୟକ୍ରମରେ ସେ କହିବେ । ସେହିପରି ଉଠ୍ ବୈଠକ, ଭି-ଅପସ୍, ପ୍ଳାଙ୍କ୍, ଗୋଡ ଉପରକୁ ଉଠାଇବା ଆଦି ବ୍ୟାୟାମ ଦ୍ୱାରା କିଭଳି ୬ ପ୍ୟାକ୍ ଏବିଏସ୍ ହାସଲ କରି ହେଉଛି ସେ ନେଇ ଶିଭୋହାମ୍ ଆବଶ୍ୟକ ସୂଚନା ଦେବେ ।