ଟାଟା ସ୍ପେସିଆଲ୍ ଇକୋନୋମିକ୍ ଜୋନ୍ ଜମି ଅଧିଗ୍ରହଣ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ସହିତ ମିଳିତ ଆଲୋଚନା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆଜି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଛତ୍ରପୁର ଏସ୍.ଡି.ପି.ଓ., ଚମାଖଣ୍ଡି ଭାରପ୍ରାପ୍ତ ଥାନା ଅଧିକାରୀ, ଛତ୍ରପୁର ଭାରପ୍ରାପ୍ତ ଥାନା ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀଙ୍କ ସହ କାଳୀପଲ୍ଲୀ ଗ୍ରାମର ୨୫ ଜଣିଆ କମିଟି ଜମି ଅଧିଗ୍ରହଣ ପାଇଁ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଲୋଚନା ସମୟରେ ଜନ ସାଧାରଣଙ୍କର ଶିଳ୍ପ ପ୍ରତିଷ୍ଠା ନେଇ ସକାରାତ୍ମକ ମତ ପୋଷଣ ହୋଇଥିଲା । ମାତ୍ର ପରିବେଶ ସମ୍ପର୍କିତ ଓ ନିଯୁକ୍ତି ସମ୍ପର୍କିତ କେତେକ ଦାବୀ ସମ୍ପର୍କରେ ଆଲୋଚନା ହେବା ସମୟରେ ଆଞ୍ଚଳିକ ଅଧିକାରୀ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବ୍ରହ୍ମପୁର ଏ ସମ୍ପର୍କରେ ବିଶଦ୍ ଭାବରେ ଆଲୋଚନା କରିଥିଲେ । ମାନ୍ୟବର ଜିଲ୍ଲାପାଳ ଗଞ୍ଜାମ ଓ ଆରକ୍ଷୀ ଅଧୀକ୍ଷକ ଗଞ୍ଜାମ ଲୋକ ମାନଙ୍କର ଦାବୀ ଗ୍ରହଣ କରି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ସହଯୋଗ କାମନା କରିଥିଲେ । ଏ ସମ୍ପର୍କରେ ଗ୍ରାମବାସୀ ମାନେ ଗ୍ରାମରେ ସ୍ବତନ୍ତ୍ର ସଭା କରି ସାତ ଦିନ ଭିତରେ ଚୂଡାନ୍ତ ନିଷ୍ପତ୍ତି ଜଣାଇବେ ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ