ଟାର୍ଗେଟରେ ଅନିୟମିତତାରୁ ପଞ୍ଚୁଗୋଛିଆ ସମିତିରେ ଧାନ କିଣା ବନ୍ଦ

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ପଞ୍ଚୁଗୋଛିଆ ସମବାୟ ସମିତିରେ ମାସ୍ (ମିଲର ଅଥରାଇଜେସନ ସ୍ଲିପ)ଅନିୟମିତତା ଦେଖା ଦେଇଥିବାରୁ ଚାଷୀ ମାନଙ୍କ ଠାରୁ ଟାର୍ଗେଟ ଅନୁଯାଇ ଧାନ କିଣାଯାଇ ପାରୁ ନଥିବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ପଞ୍ଚୁଗୋଛିଆ ସମବାୟ ସମିତି ପକ୍ଷରୁ ଆନନ୍ଦପୁର ସହକାରୀ ଉପନିବନ୍ଧକ, ଡେପୁଟି ରେଜିଷ୍ଟର କେନ୍ଦୁଝର, କେନ୍ଦୁଝର ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚିଠିନଂ ୧୨୮ ତା ୨୮/୨ରେ ଲିଖିତ ଭାବେ ଜଣାଇ ଏହାର ପ୍ରତିକାର ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ପଞ୍ଚୁଗୋଛିଆ ସମବାୟ ସମିତିକୁ ତା ୨୩/୨ରେ ଆସିଥିବା ଚିଠିନଂ ୫୫୨ରେ ଏଲ.ଏନ ରାଇସ୍ ମିଲକୁ ୨୫୫୭.୫୪, ଏଲ.ପି ରାଇସ୍ ମିଲକୁ ୧୫୦୦, ଏମଏମ ରାଇସ୍ ମିଲକୁ ୨୬୦୦, ପି.ବି ରାଇସ୍ ମିଲକୁ ୪୯୨୬.୧୬, ଏସଡି ରାଇସ୍ ମିଲକୁ ୬୨୭୧.୫୭ ଲେଖାଏଁ କରି ସର୍ବମୋଟ ୧୭୮୫୮.୨୭କୁଇଣ୍ଟାଲ ଧାନ କିଣିବାପାଇଁ (ମାସ୍‌) ଦିଆଯାଇଥିଲା । କିନ୍ତୁ ପିବି ରାଇସମିଲର ୪୯୨୬.୧୬ ପରିବର୍ତ୍ତେ ୩୬୧୪ କୁଇଣ୍ଟାଲ (ପିପିଏସ)ରେ ସୋ କରୁଛି । ବାକି ୧୩୧୫.୧୬ କୁଇଣ୍ଟାଲ ସୋ କରୁନି । ଯାହାଦ୍ୱାରାକି ଚାଷୀ ମାନଙ୍କ ପାଖରେ ଟୋକନ ଥାଇ ମଧ୍ୟ ଧାନ ବିକ୍ରୀ କରିପାରୁ ନାହାନ୍ତି । ୨୮/୨/୨୦୨୧ ସୁଧା ୭୧୭ଟି ଟୋକନ ମାଧ୍ୟମରେ ୨୫୧୬୮ କୁଇଣ୍ଟାଲ ଧାନ କିଣିବାପାଇଁ ସେଣ୍ଟ୍ରାଲ ଟୋକନ ଇସୁ ହୋଇଥିବାବେଳେ ମାତ୍ର ୧୬୫୪୩ .୧୧ କୁଇଣ୍ଟାଲ ଧାନ ମାସ ଦିଆଯାଇଛି । ଫଳରେ ଚାଷୀ ମାନଙ୍କ ପାଖରେ ଟୋକନ ଥାଇ ମଧ୍ୟ ବାକି ୮୬୨୫.୩୭ କୁଇଣ୍ଟାଲ ଧାନ କିଣିବା ସମ୍ଭବପର ହୋଇପାରୁ ନାହିଁ । ଯାହାଦ୍ୱାରାକି ଦୈନିକ ଟୋକନ ପାଇଥିବା ଚାଷୀମାନେ ଧାନ ମଣ୍ଡିକୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି । ତୁରନ୍ତ ଏହାର ସମାଧାନ କରି ବଳକା ଧାନ କିଣିବାପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମିତି ପକ୍ଷରୁ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ