ଟାର୍ଗେଟ କଲା ବିଜେପି
ବହୁ ଦିନର ବାଦ ବିବାଦ ପରେ କେନ୍ଦ୍ରପଡା ସାସଂଦ ବୈଜୟନ୍ତ ପଣ୍ଡା ବିଜେପି ରେ ଯୋଗ ଦେଇଛନ୍ତି । ବିଜେପିରେ ମିଶିବା ପରେ ବିଜେଡି ହାତରୁ ଶାସନ କ୍ଷମତା ଖସିଯିବା ଭୟରେ ତାମିଲ ପ୍ରଶାସକ ଭି କାତ୍ତିକେନ୍ ପାଣ୍ଡିଆନ୍ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ବଡ ଧରଣର ଷଡଯନ୍ତ୍ର କରୁଛି ବୋଲି ଆଜି ବିଜେପି ଅଭିଯୋଗ କରିଛି । ଓଡିଶାର ବିଭିନ୍ନ କମ୍ପାନୀରୁ କୋଟି କୋଟି ଲୁଟ କରି ନବୀନଙ୍କୁ ଶାସନ କ୍ଷମତାକୁ ଆଣିବାକୁ ଚେଷ୍ଟା କରିବା ସହ ପାଣ୍ଡିଆନ ରାଜ ଚଳାଇବାକୁ ଚାହୁଁଥିବା ତାମିଲ ପ୍ରଶାସକଙ୍କୁ କଡା ଯବାବ ଦିଆଯିବ ବୋଲି ବିଜେପି ଚେତାବନୀ ଦେଇଛି । ଏତଦ୍ ବ୍ୟତୀତ ବୈଜୟନ୍ତ ଙ୍କ ବିରୁଦ୍ଧରେ ଅଭିଯୋଗ ଭିତ୍ତିହୀନ ବୋଲି ବିଜେପି ସ୍ପଷ୍ଟ କରିଛି । ବିଜେପି ରାଜ୍ୟ କାଯ୍ୟାଁଳୟରେ ବିଜେପି ମୁଖପାତ୍ର ସମ୍ବିତ ମହାପାତ୍ର ସାମ୍ବାଦିକ ମାନଙ୍କୁ କହିଛନ୍ତି ନବୀନ ପାଣ୍ଡିଆନ କଥାରେ ଯେଉଁ ପ୍ରସଙ୍ଗକୁ ଭର୍ତ୍ତୁହରି ମହାତାବ ସଂସଦରେ ଉପସ୍ଥାପନା କରିଥିଲେ ସେହି ପ୍ରସଙ୍ଗକୁ ଜଣେ ଆଇଟିଆଇ କର୍ମୀ ଭୁପିନ୍ଦର ସିଂ ପଟେଲ ଓଡିଶା ଆସି ସମାନ ପ୍ରସଙ୍ଗ ଉଠାଛନ୍ତି । ଏହା ପଛର ପ୍ରକୃତ ରହସ୍ୟ କଣ ? ଗଣମାଧ୍ୟମ ସାମ୍ନାରେ ପ୍ରଚାର ନକରି ତଦନ୍ତ କାରୀ ସଂସ୍ଥାକୁ ଦିଆଯିବା ଉଚିତ ବୋଲି ପଟେଲ ସ୍ପଷ୍ଟ କରିଛନ୍ତି । ଭୂପିନ୍ଦର ସିଂ ପଟେଲ ଆଜି ଭୂବନେଶ୍ୱର ରେ ସାମ୍ବାଦିକ ସମ୍ମିଳନୀ କରି ବୈଜୟନ୍ତଙ୍କ ବିରୋଦ୍ଧରେ ବ୍ୟବସାୟୀକ ଠକେଇ ଅଭିଯୋଗ ଆଣିଛନ୍ତି । କିନ୍ତୁ ବିଜେପି ଏହାକୁ ଏକ ଷଡଯନ୍ତ୍ରର ଆଖ୍ୟା ଦେଇଛି ।ଏହା ମିଥ୍ୟା ହୀନ ବୋଲି କହିଛି ।