ଟାଲେଣ୍ଟ ସ୍କୁଲର ବାର୍ଷିକୋତ୍ସବ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅଧିନସ୍ଥ ଚାରିମଇଲି ଗ୍ରାମ ସ୍ଥିତ ସନ୍ଧିନୁଆଁପଲ୍ଲୀ ଗ୍ରାମ ନିକଟରେ ସ୍ଥାପିତ ହୋଇଥିବା ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟାଲେଣ୍ଟ ସ୍କୁଲର ଦ୍ୱିତୀୟ ବାର୍ଷିକୋତ୍ସବ ସମାରୋହ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଟାଲେଣ୍ଟ ସ୍କୁଲର ଚେୟାର୍ମ୍ୟାନ୍ ଡଃ ସୁରେନ୍ଦ୍ରନାଥ ବେହେରାଙ୍କ ସଂଯୋଜନା ଓ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରାଜଲକ୍ଷ୍ମୀ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରିଗେଡିୟର୍ ଅଭିମନ୍ୟୁ ରାଉତ, ସମ୍ମାନିତ ଅତିଥି ରୂପେ ଭୁବନେଶ୍ୱର ସ୍ଥିତ କିମ୍ସ ଓ କିିଟ୍ର ଏଏଓ ଅମରଜିତ୍ ମାନ୍, ମୁଖ୍ୟବକ୍ତା ରୂପେ ଭୁବନେଶ୍ୱର କିଟ୍ ପବ୍ଳିକ ସ୍ଲୁଲର ଏକ୍ୟୁଏ ନିର୍ଦ୍ଦେଶିକା ଶ୍ରୀମତୀ ମୋନା ଆର୍ମାନ୍ ଯୋଗଦେଇ ଏହି ଶିକ୍ଷାନୁଷ୍ଠାନର ଅତୀତ ଗୌରବ ଉପରେ ସ୍ମୃତି ଚାରଣ କରି ଉଜ୍ଜ୍ୱଳମୟ ଭବିଷ୍ୟତ ଗଠନ ପାଇଁ ରୂପରେଖ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇ କହିଲେ ଯେ ଛାତ୍ରଛାତ୍ରୀ ମାନେ ଭଲ ମଣିଷ ହେବା ପାଇଁ ପ୍ରଥମେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ନିଜର ଲକ୍ଷ୍ୟ ପୂରଣ ପାଇଁ କଠିନ ପରିଶ୍ରମ କରିବାକୁ ଆହ୍ୱାନ କରିଥିଲେ । ଆସିକା ଟାଲେଣ୍ଟ ସ୍କୁଲର ବାର୍ଷିକତ୍ସୋବ ଅବସରରେ ଶିକ୍ଷାନୁଷ୍ଠାନର ଶ୍ରେଷ୍ଠ ବିଦ୍ୟାର୍ଥୀ ରୂପେ କମଳକାନ୍ତ ଲେଙ୍କା, ସ୍ନେହଲତା ସେଠୀ, ସାହିଲ୍ ପାତ୍ର, ଆୟୁଷ୍ମାନ୍ ବିଶ୍ୱାଳଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ପରିବେଷିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ସଚେତନ ନାଗରିକ, ବୁଦ୍ଧିଜୀବୀ, ଅଭିଭାବକଙ୍କୁ ବିମୋହିତ କରିଦେଇଥିଲା । ଆସିକା ଟାଲେଣ୍ଟ ସ୍କୁଲର ବାର୍ଷିକୋତ୍ସବ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ବିଦ୍ୟାଳୟର ସହକାରୀ ଶିକ୍ଷକ ସରିତା ମହାନ୍ତି, ବବ୍ଲିରାଣୀ ନାୟକ, ବୈକୁଣ୍ଠ ଚମ୍ପତି, ରାଜୀବ ଲୋଚନ ପାଣିଗ୍ରାହୀ, ପବିତ୍ର ବିଷୋୟୀ, ଶିବଶଙ୍କର ସାହୁ, ଅମିତ୍ ସାହୁ, ସୁଇଟ୍ ରାଣୀ ସାହୁ, ବାସନ୍ତି ପ୍ରଧାନ, ଲକ୍ଷ୍ମୀ ଜେନା, ବିନିତା ଜେନା, ବିନିତା ସାହୁ, ସ୍ନେହାଶିଷ ମହାରଣା, ଜ୍ୟୋତି ପାତ୍ର, ମନିଷା ପାତ୍ର, ପ୍ରତିଭା ପାତ୍ର, ବନିତା ବେହେରା ଦଳେଇ, ମୀରା ନାହାକ, ପଦ୍ମିନୀ ଜେନା, ସୁଶ୍ରିତା ପାଠୀ, କର୍ମଚାରୀ କିରଣ ପୃଷ୍ଟି, ମିଥୁନ ବାରିକ, ପ୍ରିୟବ୍ରତ ରାଉତ, ପଂଚାନନ ନାହାକ, ରବିନ୍ଦ୍ର କୁମାର ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା