ଟାୟାର ଦୋକାନରୁ ଚୋରୀ ଅଭିଯୋଗ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ୫ନମ୍ବର (କ) ଜାତୀୟ ରାଜପଥର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଥିବା ଏକ ଟାୟାର ଓ ମୋବାଇଲ ଦୋକାନରୁ ଚୋରୀ ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ କଜଳା ଗ୍ରାମର ରାଜକିଶୋର ମିଶ୍ରଙ୍କ ଏହି ଦୋକାନରୁ ଗତ ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ବୁତ ଦୋକାନର ସଟରତାଡି ଦୋକାନରେ ଥିବା କିଛି ଟାୟାର,ମୋବାଇଲ ଏବଂ ବ୍ୟାଟେରୀ ପ୍ରଭୃତି ଚୋରି କରି ହୋଇଥିବା ଶ୍ରୀ ମିଶ୍ର ସଦର ଥାନାରେ ଅଭିଯୋଗ କରିଛନ୍ତି । ସେହି ଅଭିଯୋଗକୁ ଭିତ୍ତିକରି ସଦର ଥାନା ପୋଲିସ ୨୨୦/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ