ଟାୱାର ଚଢି ଯୁବକ କଲା ନାକେଦମ୍
ରାୟଗଡ଼ା,(ଦୁର୍ଗା ପ୍ରସାଦ ପାଢ଼ୀ):ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଧିନ ଜେକେପୁର୍ ଟ୍ରାଫିକ ଛକ ନିକଟରେ ଥିବା ଏକ ଟେଲିକମ ଟାୱାର ଉପରେ ଚଡ଼ି ଜଣେ ଯୁବକ ଉନ୍ମୁକ୍ତ କାଣ୍ଡ କରିଥିବା ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ଯେ ଆଜି ୧୦ ଘଣ୍ଟା ସମୟରେ ଛତିଶଗଡ ଜିଲ୍ଲା ଅନ୍ତର୍ଗତ ଚମ୍ପା ଗ୍ରାମର ଭୀମସେନ ଠାକୁର (୨୯) ନାମକ ଯୁବକ ଉକ୍ତ ଟାୱାରର ଅଧା ଉପରେ ଚଢି ନିଜ ଗ୍ରାମକୁ ଯିବା ପାଇଁ ଜିଦ୍ ଧରି ବସିଥିଲା। ଖବର ପାଇଁ ଚାନ୍ଦିଲି ପୋଲିସ ଓ ଅଗ୍ନି ସେବା ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ବୁଝାସୁଜା କରିବା ପରେ ଯୁବକ ଜଣକ ଟାୱାର ଉଲ୍ହାଇ ଥିଲା । ପୋଲିସ ଥାନାକୁ ନେଇ ପଚରା ଉଚରା କରିବା ବେଳେ ସେ ଠିକ୍ ସେ କିଛି ଉତ୍ତର ଦେଇପାରୁ ନ ଥିବା ଦେଖା ଦେଇଥିଲା। ତାଙ୍କ ପରିବାର ସହ ଯୋଗା ଯୋଗ କରି ଯୁବକଙ୍କୁ ତାଙ୍କ ଘରକୁ ପଠାଇବା ବ୍ୟବସ୍ଥା କରାଯିବ ବୋଲି ଚାନ୍ଦିଲି ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ଜଣାଇଛନ୍ତି।