ଟିଏସ୍‌ଏଫ୍‌ର ପୋଖରୀ ଚାଷ (ଫାର୍ମ ପଣ୍ଡ୍ ) ଯୋଡ଼ାର ଚାଷୀଙ୍କ ଆୟ ବହୁଗୁଣିତ କରିବା ଲାଗି ପଥ ପ୍ରଦର୍ଶନ କରିଛି

ଯୋଡ଼ା, (ସମୀର କୁମାର ଦାସ):ଟାଟା ଷ୍ଟିଲ୍‌ର ସିଏସ୍‌ଆର୍ ଶାଖା ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ଯୋଡ଼ା ବ୍ଲକ୍‌ର ଚାଷୀମାନଙ୍କୁ ନିଜ ଆୟର ଉତ୍ସ ବଢ଼ାଇବା ଲାଗି ପଥ ପ୍ରଦର୍ଶନ କରିଛି । ଯୋଡ଼ା ବ୍ଲକ୍‌ର ଜଜାଙ୍ଗ ଗ୍ରାମ ପଂଚାୟାତ ଅଧୀନସ୍ଥ ବନ୍ଧୁଆବେଡ଼ା ଗ୍ରାମରେ ଟିଏସ୍‌ଏଫ୍ ପକ୍ଷରୁ ୧୦ ଫାର୍ମ ପଣ୍ଡ୍ (ଚାଷ ପାଇଁ ଉଦ୍ଦିଷ୍ଟ ପୋଖରୀ) ଖନନ କରାଯାଇଛି, ଯେଉଁଥିରୁ ଚାଷୀମାନେ ଅତିରିକ୍ତ ଆୟ କରିପାରୁଛନ୍ତି ।ଶୀତ ଋତୁର ଆଗମନ ହୋଇଥିବା ବେଳେ ଏହି ପୋଖରୀଗୁଡ଼ିକୁ ଏବେ କୃଷି ଭିତିକ ପ୍ରକଳ୍ପ ଏବଂ ପାରମ୍ପରିକ ଫସଲ ଚାଷ ପାଇଁ ବ୍ୟବହାର କରାଯାଉଛି ।“ଏହି ପୋଖରୀ ଯୋଗୁଁ ଆଉ ପାଣିର ସମସ୍ୟା ନଥିବାରୁ ମୁଁ ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ କିସମର ପନିପରିବା ଚାଷ କରିବାକୁ ଯୋଜନା କରିଛି । ମୁଁ ଉତ୍ପାଦିତ ସାମଗ୍ରୀକୁ ସ୍ଥାନୀୟ ଏବଂ ଦୂରଦୂରାନ୍ତର ବଜାରକୁ ପଠାଇବି ବୋଲି ବନ୍ଧୁଆବେଡ଼ା ଗ୍ରାମର ଦାସରଥୀ ହାଁସଦା କହିଛନ୍ତି । କେବଳ ଦାସରଥୀ ନୁହେଁ ଅନ୍ୟ ଫାର୍ମ ପଣ୍ଡର ମାଲିକମାନେ ମକା, ହଳଦୀ ଏବଂ ଅଦା ଆଦି ଚାଷ ବଡ଼ ଧରଣରରେ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।ନିଜର ଏକ ପୋଖରୀ ହୋଇପାରି ଥିବାରୁ ସେହି ଗ୍ରାମର ଗୋପବନ୍ଧୁ ମାଝି ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ମାଛ ଚାଷରୁ ବିପୁଳ ଲାଭ ଦ୍ୱାରା ଉତ୍ସାହିତ ହୋଇ ସେ ମତ୍ସ୍ୟଚାଷ କରିବାକୁ ଆଶା ରଖିଛନ୍ତି ।“ଟିଏସ୍‌ଏଫ୍ ମୋ ସ୍ୱପ୍ନକୁ ସମ୍ଭବ କରିଛି । ମୋ ଆୟକୁ ବହୁଗୁଣିତ କରିବା ଲାଗି ବିବିଧ-ସ୍ତରୀୟ ମାଛ ଚାଷ କରିବାକୁ ମୁଁ ଯୋଜନା ରଖିଛି ବୋଲି ଅତ୍ୟନ୍ତ ଉଲ୍ଲସିତ ଥିବା ଶ୍ରୀ ମାଝି କହିଛନ୍ତି ।ଫାର୍ମ ପଣ୍ଡ୍ ପଛରେ ଟିଏସ୍‌ଏଫ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବର୍ଷା ଜଳକୁ ଅମଳ କରି ଭୂତଳ ଜଳକୁ ରିଚାର୍ଜ କରିବା ଏବଂ ତାହାକୁ ଖୋଳାଯାଇଥିବା ଜମିରେ ସଂରକ୍ଷିତ ରଖି ଭୂତଳ ଜଳକୁ ପମ୍ପ୍ ଜରିଆରେ ବାହାର ନକରି ଭୂପୃଷ୍ଠ ଜଳ ଜରିଆରେ ଜଳସେଚନ ସୁବିଧା ପ୍ରଦାନ କରିବା, ସମନ୍ୱିତ କୃଷୀ ଜରିଆରେ ସମାଜକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ମୌଳିକ ଖଣି ଗ୍ରାମଗୁଡ଼ିକରେ କୃଷି ଭିତିକ ଜୀବନଜୀବିକା (ଚାଷୀ ଓ ଅଣ-ଚାଷ)ର ପ୍ରସାର କରିବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ