ଟିକାବାଲିର ତେଙ୍ଗେଡାପଥର ଠାରେ ଆଞ୍ଚଳିକ ଉନ୍ନୟନ କମିଟି ଗଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲିର ତେଙ୍ଗେଡାପଥର ଠାରେ ଆଞ୍ଚଳିକ ଉନ୍ନୟନ କମିଟି ଗଠିତ ହୋଇଯାଇଛି। ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଏହି କମିଟି ଗଠନ କରାଯାଇଥିବା ଜଣାପଡିଛି। ବିଶେଷ କରି ଶିକ୍ଷା,ସ୍ବାସ୍ଥ୍ୟ ଏବଂ ଗମନା ଗମନର ସୁବିଧା ନିମନ୍ତେ ଏହି କମିଟି କାର୍ଯ୍ୟ କରିବ ବୋଲି କମିଟି ତରଫରୁ ସୂଚନା ମିଳିଛି।ଏହି କମିଟିରେ ନୂତନ କର୍ମକର୍ତା ଚୟନ କରାଗଲା। ସଭାପତି ଭାବେ ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ, ଉପ ସଭାପତି ଅବସରପ୍ରାପ୍ତ ଶିକ୍ଷକ ଚକ୍ର ଦିଗାଲ, ଉପ ସଭାପତି ମହେନ୍ଦ୍ର ସାହୁ, ସଂପାଦକ ପ୍ରଦୀପ ଦିଗାଲ, ସହ ସଂପାଦକ ଗୋପାଳ ସାହୁ, କୋଷାଧ୍ୟକ୍ଷ କେ.ଲକ୍ଷ୍ମୀ ନାରାୟଣ  ପାତ୍ର। ଉପଦେଷ୍ଟା ଭାବେ ବରିଷ୍ଠ ବିଜେପି ନେତା ରାମବିଶ ଦିଗାଲ, ପାତ୍ର ଦିଗାଲ, ପ୍ରତେ କହଁର, କ୍ଷେତ୍ରବାସି ସାହୁ, ଭିମସେନ କହଁର , ବାବୁଲି ଦିଗାଲ, ମାନସ  ରଞ୍ଜନ ପ୍ରଧାନ ପ୍ରମୁଖ  ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ