ଟିକା ନେଇନଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ

ଛତ୍ରପୁର (ଦେବଦତ୍ତ ମହାରଣା):କରୋନା ଦାଉରୁ ରକ୍ଷା ପାଇବା ପାଇଁ ହେଲେ ଟିକା ହେଉଛି ମୁଖ୍ୟ ଅସ୍ତ୍ର । ସରକାରଙ୍କ ପକ୍ଷରୁ ସମସ୍ତ ବର୍ଗର ଲୋକମାନଙ୍କୁ ଟିକା ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜଲ୍ଲାରେ ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକର ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକା ପ୍ରଦାନ କରିନଥିବା କର୍ମଚାରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଟିକା ଗ୍ରହଣ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥି ଓ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡାକ୍ତର ସୁଦର୍ଶନ ସାହୁଙ୍କ ମିଳିତ ସହ ଯୋଗରେ ଆଜି ସ୍ଥାନୀୟ ପୁତ୍ତି ଗୋପାଳପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷା ବିଭାଗର ଟିକା ନ ନେଇ ରହିଯାଇଥିବା ପ୍ରାୟ ୪୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ଏକ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଛତ୍ରପୁର ଏବିଇଓ ନୃସିଂହ ଚରଣ ମିଶ୍ରଙ୍କ ଉପସ୍ଥିତରେ ବହୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକା ଗ୍ରହଣ କରିଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଓ ବିପିଏମ ସିମାଂଚଳ ପ୍ରଧାନ ପରିଚାଳନାରେ ସହ ଯୋଗ କରିଥିବା ବେଳେ ସୁପରଭାଇଜର ପୂର୍ଣ୍ଣ ଚନ୍ଦ୍ର ବେହେରା ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ଟିକା ପ୍ରଦାନ କାର୍ଯ୍ୟରେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହି ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ