ଟିକିରା ସ୍କୁଲ ପୁରାତନ ବିଦ୍ୟାର୍ଥୀଙ୍କ ବନ୍ଧୁ ମିଳନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ବଡମହିଷଗୋଠ ପଞ୍ଚାୟତ ଟିକିରା ମଇ ବିଦ୍ୟାଳୟର ୨୦୦୧ ମସିହା ପୁରାତନ ବିଦ୍ୟାର୍ଥୀଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଇଂ.ସୁଧାଶୁଂ ଶେଖର ନାୟକଙ୍କ ଆବାହକ୍ୱତରେ ଏହି ବନ୍ଧୁ ମିଳନ ଉତ୍ସବ ଆଗରପଡା ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ୍ ନିରଞ୍ଜନ ସେଠୀ ଅତିଥିଭାବେ ଯୋଗ ଦେଇ ବିଦ୍ୟାର୍ଥୀମାନେ କାର୍ଯ୍ୟ କ୍ଷେତ୍ରରେ ନିଷ୍ଠା ଓ ପ୍ରତିବଦ୍ଧତା ରଖି ଆଗକୁ ବଢିବା ଉଚିତ ବୋଲି କହିଥିଲେ । ପୁରାତନ ବିଦ୍ୟାର୍ଥୀ ଡାକ୍ତର ସମ୍ବିତ ଦଳେଇ, ସମ୍ବିତ ରାଉତ୍, ରାମଚନ୍ଦ୍ର ସାହୁ, ଉଜିର ଖାନ୍, ପ୍ରଶାନ୍ତ ବାରିକ୍, ପ୍ରମୋଦ ସାହୁ, ଚିରଞ୍ଜିବୀ ନାୟକ, ଗୀତାଞ୍ଜଳୀ ସାହୁ, ଉଦୁସ୍ ଖାନ୍, ପରିତୋଷ ସେନାପତି, ଶୁଭ୍ରଜିତ୍ ପୃଷ୍ଟି, ଗୋପାଳ ପରିଡା, ସେକ୍ ନିଜାମ୍, ବିଜୟଲକ୍ଷ୍ମୀ ଭୂୟାଁ, ଜୟ ଶତପଥି ପ୍ରମୁଖ ବିଗତ ଦିନର ପାଠପଢା ସମୟର ଅନୁଭୂତି ରଖିଥିଲେ । ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଖଗେଶ୍ୱର ପଣ୍ଡା ଦୀର୍ଘ ବର୍ଷର ବ୍ୟବଧାନ ପରେ ଏପରି ଆୟୋଜନ କରି ଗୁରୁମାନଙ୍କୁ ସମ୍ବର୍ଦ୍ଧନା ଦେବା ସ୍ୱାଗତ ଯୋଗ୍ୟ ବୋଲି କହିଥିବା ବେଳେ ବିଦ୍ୟାର୍ଥୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଶ୍ରୀ ପଣ୍ଡାଙ୍କ ସମେତ ରଘୁନାଥ ରାଉତ୍, ଶାନ୍ତିଲତା ଆଚାର୍ଯ୍ୟ, ଜ୍ୟୋତ୍ସ୍ନାରାଣୀ ନାୟକ, ମିନତୀ ସାମଲ, ଆଶାମଣୀ ସେଠୀଙ୍କୁ ଗୁରୁପୂଜନ କରାଯାଇ ପୁଷ୍ପଗୁଚ୍ଛ, ଉତ୍ତରୀୟ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଡାକ୍ତର ସମ୍ବିଦ୍ ଦଳେଇଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କମଳା ମଲ୍ଲିକ, କାମିନୀ କାଞ୍ଚନ ବାରିକ୍, ସବିତା ବେହେରା, ଭାନୁମତୀ ବାରିକ, ଚାମେଲି ପ୍ରଭା ମହାଳିକ, ସୁକାନ୍ତି ମହାଳିକ, ସସ୍ମିତା ବାରିକ୍, ରଞ୍ଜିତ ପରିଡା, ରଶ୍ମିରଞ୍ଜିତା ନାୟକ, ନରହରି ସାହୁ ସହଯୋଗ କରିଥିଲେ ।


