ଟିଚର ଓ୍ବଲଫେୟାର ଗ୍ରୁପ ତରଫରୁ ଦିବଂଗତ ଶିକ୍ଷକ ସୁଧାଂଶୁ ବଳଙ୍କ ପରିବାରକୁ ୨୦,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଦକ୍ଷ ଶିକ୍ଷା ପ୍ରଶାସକ ପ୍ରକାଶ ଚନ୍ଦ୍ର ମହାଳିକ ମାର୍ଗ ଦର୍ଶନରେ ୪୨ ଜଣ ଶିକ୍ଷକ/ଶିକ୍ଷୟତ୍ରୀ/କର୍ମଚାରୀଙ୍କ ଦ୍ବାରା ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କେନ୍ଦ୍ରରେ ସେମାନଙ୍କ ଆକସ୍ମିକ ଦୁର୍ଘଟଣା, ସୁବିଧା ଓ ଅସୁବିଧାକୁ ନେଇ ଏକ କଲ୍ଯାଣକାରୀ ସଂଗଠନ ଟିଚର ଓ୍ବେଲଫେୟାର ଗ୍ରୁପ ଗଠିତ ହୋଇଛି ।ନିକଟରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ ଅନ୍ତର୍ଗତ ଭାଲୁବସା ପଞ୍ଚାୟତର ନାଗଭଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ଶିକ୍ଷକ ସୁଧାଂଶୁ ବଳଙ୍କ ଦେହାନ୍ତ ହୋଇଯାଇଛି । ଏଭଳି ଦୁଖଦ ସମୟରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକଙ୍କ ମାନସ ସନ୍ତାନ ଟିଚର ଓ୍ବେଲଫେୟାର ଗ୍ରୁପ ସୋସାଇଟି ତରଫରୁ ତାଙ୍କ ଏକାଦଶାହରେ ୨୦,୦୦୦ ଟଙ୍କା ସହାୟତା ରାଶି ତାଙ୍କ ବାସ ଭବନରେ ତାଙ୍କ ପତ୍ନିଙ୍କୁ ପ୍ରଦାନ କରାଯାଇଛି ।ଏହି ମହତ କାର୍ଯ୍ଯରେ ଏବିଈଓ କାର୍ତ୍ତିକ କାରୁଆ,ସିଆରସିସି ଅଜିତ ମହାନ୍ତ, ପାତେପାଣି ପ୍ରାଥମିକ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଗୋପାଳ କୃଷ୍ଣ ମହାନ୍ତି, ସୁବାସ ମହାନ୍ତ, ରାମ ଶଙ୍କର ମିଶ୍ର,ଭକ୍ତବନ୍ଧୁ ବାରିକ, ସାମିଲ ଥିଲେ ।ବିଇଓଙ୍କ ମାର୍ଗ ଦର୍ଶିତ ଟିଚର ଓ୍ବେଲଫେୟାର ସୋସାଇଟିର ଏଭଳି କଲ୍ଯାଣକାରୀ କାର୍ଯ୍ୟକ୍ରମକୁ ସାଧାରଣରେ ସାଧୁବାଦ ଜଣାଯାଇଛି ।


