ଟିପିଏଲ ବସ୍ ଚାପାରେ ହେଲପର ଗୁରୁତର

ଯୋଡ଼ା (ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ଟିପିଏଲ ଶ୍ରମିକ କଲୋନୀଠାରେ ଏକ ବସ୍ ଦୁର୍ଘଟଣାରେ ବସ୍ ର ହେଲପର ଗୁରୁତର ହୋଇଛନ୍ତି । ଖବର ନେବାରୁ ଜଣାପଡିଛି ଯେ, ଶୁକ୍ରବାର ସକାଳ ୬.୧୦ ମିନିଟ ସମୟରେ ଓଡି୦୯ବି ୯୮୫୪ ସାଇରାମ୍ ଟ୍ରାଭେଲ୍ସ ବସ୍ ଟି ଟିପିଏଲ କଲୋନୀ ମଧ୍ୟରେ ଯାନ୍ତ୍ରିକ ରକ୍ଷଣା ବେକ୍ଷଣ କରୁଥିବା ବେଳେ ଡ୍ରାଇଭର ଏହାକୁ ପଛକୁ ନେଇଯାଇଥିଲେ । ଫଳରେ ପଛରେ ଥିବା ହେଲପର ସଚିନ ମହାନ୍ତଙ୍କ ଉପରେ ଏହା ମାଡି ଯାଇଥିଲା । ତାଙ୍କର ତଳିପେଟ, ଅନ୍ଟା ଆଘାତ ହୋଇ ରକ୍ତସ୍ରାବ ହୋଇଥିଲା । ସେଠାରୁ ତାଙ୍କୁ ଯୋଡା ଟାଟାଷ୍ଟିଲ ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ, ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜାମସେଦପୁରସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାଟିକୁ ଚପାଇ ଦେବା ପାଇଁ ଟିପିଏଲ ସଂସ୍ଥା ପକ୍ଷରୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଏହା ଲୋକଲଚନକୁ ଆସିଯାଇଥିଲା । ଟିପିଏଲ କମ୍ପାନୀରେ ବର୍ଷକ ମଧ୍ୟରେ ଦୁଇ ଦୁଇଟି ବଡ ବଡ ବସ୍ ଦୁର୍ଘଟଣା ହୋଇଥିଲେ ମଧ୍ୟ ସୁରକ୍ଷାରେ ଟିପିଏଲ କୌଣସି ସୁଧାର ଆଣୁନଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ