ଟିପିଏସ୍ଓଡିଲ ପକ୍ଷରୁ ରକ୍ତଦାନ ଶିବିର, ୪୦ୟୁନିଟ ରକ୍ତ ସଂଗୃହୀତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଟାଟା ପାୱାର ଅଧିନରେ କାର୍ଯ୍ୟରତ ବିଜିନେସ୍ ଆସୋସିଏଟ୍ ନିର୍ମଳ ସାମନ୍ତରାୟଙ୍କ ତରଫରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପି.କେ. ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ଟିପଏସ୍ଓଡିଏଲ୍ର ପାରଳାଖେମୁଣ୍ଡି କାର୍ଯ୍ୟନିର୍ବାହୀଯନ୍ତ୍ରୀ ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଅଭିଶେକ ରଥ, ମାନସ ରଞ୍ଜନ ସେନାପତି ପ୍ରମୁଖ ଯୋଗଦେଇଥିଲେ । ରକ୍ତ ଭଣ୍ଡାରର ଡାକ୍ତର ରବି କୁମାର, ଖଗେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗୃହୀତ କରିଥିଲେ । ଏହି ରକ୍ତ ଦାନ ଶିବିରରେ ମୋଟ ୪୦ୟୁନିଟ ରକ୍ତ ସଂଗୃହୀତ ହୋଇଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସତୀଶ ପ୍ରସାଦ ମହାଙ୍ଗୁଡ, ସୂର୍ଯ୍ୟକାନ୍ତ ସିଂ, ବି.କୋଟେଶ୍ୱର ରାଓ, ଲମ୍ବୋଦର ଅଧିକାରୀ, ଏନ୍.ପ୍ରବୀଣ, ରାଜେଶ କୁମାର ଜେନା, ଏନ୍ ନରସିହ୍ନା, ଦେବବ୍ରତ ପଣ୍ଡା ପ୍ରମୁଖ ।