ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ ଚୋରି ରୋକିବା ପାଇଁ ମିଟର ଡାଟା ଆନାଲିସିସ ଗ୍ରୁପ୍ (ଏମଡିଏଜି) ର ଶୁଭାରମ୍ଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ବିଦ୍ୟୁତ୍ ଚୋରିକୁ ରୋକିବା ପାଇଁ ନିକଟରେ ମିଟର ଡାଟା ଆନାଲିସିସ୍ ଗ୍ରୁପ୍ (ଏମଡିଏଜି) ଗଠନ କରାଯାଇଛି । ଏହି ସ୍ୱତନ୍ତ୍ର ଦଳରେ ଅଭିଜ୍ଞ କର୍ମଚାରୀ ରହିଛନ୍ତି ଯେଉଁମାନେ କମ୍ପାନୀ ଦ୍ୱାରା ବିକଶିତ ସଫ୍ଟୱେୟାର୍ ବ୍ୟବହାର କରି ଗ୍ରାହକଙ୍କ ବିଦ୍ୟୁତ ମିଟର ତଥ୍ୟକୁ ବିଶ୍ଳେଷଣ କରୁଛନ୍ତି ।ଗ୍ରାହକଙ୍କ ମିଟର ର ପ୍ରାଥମିକ କାର୍ଯ୍ୟ ହେଉଛି ବିଲିଂ ଏବଂ ଶୁଳ୍କ ଆଦାୟ ଉଦ୍ଦେଶ୍ୟରେ ଉପଭୋକ୍ତା ର ବିଦ୍ୟୁତ୍ ବ୍ୟବହାର ତଥ୍ୟ କୁ ରେକର୍ଡ କରିବା । ତେବେ ମିଟରରେ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ସଂଗ୍ରହ କରାଯାଇଥାଏ ଯାହାକୁ କେବଳ ବିଲିଂ ପାଇଁ ନୁହେଁ ବରଂ ଗ୍ରାହକ ସ୍ତରରେ ଯୋଗାଣର ଗୁଣବତ୍ତା, ବିଦ୍ୟୁତ୍ ସ୍ଥାପନର ଗୁଣବତ୍ତା, ମିଟରର ଗୁଣବତ୍ତା, ବିଦ୍ୟୁତ ଚୋରି ଏବଂ ବୈଷୟିକ କ୍ଷତି ଆକଳନ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ ।ଏମଡିଏଜି ଗ୍ରୁପର ମୁଖ୍ୟ ଭୂମିକା ହେଉଛି ବିଦ୍ୟୁତ ଚୋରିର ସମ୍ଭାବ୍ୟ ମାମଲାଗୁଡ଼ିକୁ ଚିହ୍ନଟ କରିବା, ଯାହା ବର୍ତ୍ତମାନ କମ୍ପାନୀ ପାଇଁ ଏକ ବଡ ଚ୍ୟାଲେଞ୍ଜ । ମିଟର ଡାଟାକୁ ବିଶ୍ଳେଷଣ କରି ଏହି ଗ୍ରୁପ୍ ଲିଡ ସୃଷ୍ଟି କରିପାରିବ ଯାହା ଟିପିସିଓଡିଏଲକୁ ବିଦ୍ୟୁତ୍ ଚୋରି ବିରୋଧୀ ଚଢ଼ାଉ କରିବାରେ ସାହାଯ୍ୟ କରିବ । ଏହାର ପ୍ରଭାବରେ ମିଟର ହେରଫେର କିମ୍ବା ବେଆଇନ ସଂଯୋଗ ଭଳି ଅସାଧୁ ଅଭ୍ୟାସ ଯୋଗୁଁ ହେଉଥିବା ବାଣିଜ୍ୟିକ କ୍ଷତି ମଧ୍ୟ ହ୍ରାସ ପାଇବ । ଏହି ଗ୍ରୁପ୍ ଏବେ ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା ଗ୍ରାହକଙ୍କ ତଥ୍ୟ ବିଶ୍ଳେଷଣକୁ ପ୍ରାଥମିକତା ଦେଉଥିବା ବେଳେ ଆଗାମୀ ଦିନରେ କମ୍ ବିଦ୍ୟୁତ୍ ଉପଯୋଗ କରୁଥିବା ଗ୍ରାହକଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ଯୋଜନା ରହିଛି ।ବିଦ୍ୟୁତ ଚୋରି ଏକ ସାମାଜିକ ଆହ୍ୱାନ ଯାହା ଠିକ୍ ସମୟରେ ବିଲ ପୈଠ କରୁଥିବା ସଚ୍ଚୋଟ ଗ୍ରାହକଙ୍କ ଉପରେ ଅନୁଚିତ୍ ଆର୍ôଥକ ବୋଝ ପକାଉଛି । ଟିପିସିଓଡିଏଲ୍ ଉପଭୋକ୍ତାଙ୍କୁ ୧୯୧୨ରେ କଲ୍ କରି କିମ୍ବା ୯୪୩୭୧୫୮୬୭୦ରେ ହ୍ୱାଟ୍ସଆପ୍ ମାଧ୍ୟମରେ ବିଦ୍ୟୁତ ଚୋରି ଘଟଣା ବିଷୟରେ ଜଣାଇବାକୁ ପ୍ରୋତ୍ସାହିତ କରାଯାଉଛି । ଯେଉଁମାନେ ଏଭଳି ଘଟଣା ବିଷୟରେ ଜଣାଇବେ ସେମାନଙ୍କ ପରିଚୟ ଗୋପନ ରଖାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।ଟିପିସିଓଡିଏଲର ସିଇଓ ଅରଭିିନ୍ଦ୍ ସିଂହ କହିଛନ୍ତି ଯେ ଆମେ ଆମ ଉପଭୋକ୍ତାଙ୍କୁ ବିଦ୍ୟୁତ ଚୋରି ବିଷୟରେ ଜଣାଇବାକୁ ଅନୁରୋଧ କରୁଛୁ । କାରଣ ଏହି ବେଆଇନ କାର୍ଯ୍ୟକୁ ରୋକିବାରେ ସେମାନଙ୍କ ସହଯୋଗ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ମିଳିତ ପ୍ରୟାସ ସଚ୍ଚୋଟ ଉପଭୋକ୍ତାଙ୍କ ଉପରେ ଆର୍ôଥକ ବୋଝକୁ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ଆମର ବିଦ୍ୟୁତ ବିତରଣର ବିଶ୍ୱସନୀୟତାକୁ ସୁଦୃଢ଼ କରିବ । ନିରପେକ୍ଷ ଏବଂ ନିର୍ଭରଯୋଗ୍ୟ ସେବା ଯୋଗାଇବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ଜନସାଧାରଣଙ୍କ ସମର୍ଥନରେ ଆମେ ଏହି ଲକ୍ଷ୍ୟ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିବୁ ।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ