ଟିପିସିଓଡିଏଲ ପକ୍ଷରୁ ମିଶନ କ୍ଲିନ ଅଭିଯାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଟିପିସିଓଡିଏଲ ଡିଭିଜନରେ ମିଶନକ୍ଲିନ ଅଭିଯାନ ଆରମ୍ଭ କରାଯାଇଛି । କେନ୍ଦ୍ରାପଡା ଟିପିସିଓଡିଏଲ ବିଦ୍ୟୁତ ଡିଭିଜନ ପକ୍ଷରୁ ୨୮ଟି ଏନଫୋର୍ସମେଣ୍ଟଟିମ ଗଠନ କରାଯାଇ ଦୀର୍ଘ ୫ଘଣ୍ଟା ଧରି ଡିଭିଜନ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ମିଟର ଟ୍ୟାମ୍ପରିଂ, ଅନୈତିକ ବିଦ୍ୟୁତ ସଂଯୋଗ ଓ ହୁକ ପକାଇ ବିଦ୍ୟୁତ ବ୍ୟବହାର କରୁଥିବା ଲୋକମାନଙ୍କ ସଂଯୋଗକୁ ଯାଞ୍ଚ କରିଥିଲେ । ଏହି ଯାଞ୍ଚ ସମୟରେ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ ଅଞ୍ଚଳର ୩୫୩ କିଲୋ ୱାଟ ବେଆଇନ ଲୋଡ ସେକ୍ସନ ୧୩୫ଧାରାରେ ବୁକ କରାଯିବା ସହ ୬୦ କିଲୋ ୱାଟ ବେଆଇନ ଲୋଡ ସେକ୍ସନ ୧୨୬ଧାରାରେ ବୁକ କରାଯିବା ଓ ୯ଟି ବିଦ୍ୟୁତ ସଂଯୋଗ ସୁରକ୍ଷା ଦୃଷ୍ଟିରୁ ବିଛିନ୍ନ କରାଯାଇ ୬୦ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଯୋରିମାନା ଆଦାୟ କରାଯାଇଥିବା କେନ୍ଦ୍ରାପଡା ବିଦ୍ୟୁତ ସବଡିଭଜନର ସହକାରୀ ପରିଚାଳକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନର ସହକାରୀ ସାଧାରଣ ପରିଚାଳକ ଇଂ ପ୍ରଦୀପ୍ତ କୁମାର ଦାଶଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଏସଡିଓ ଦେବେନ୍ଦ୍ର ସାହୁ, ବିବେକାନନ୍ଦ ପଣ୍ଡା, ଗଣେଶ ଚନ୍ଦ୍ର ହେମ୍ବ୍ରମ, କୁଳମଣୀ ସେଠୀ, ସିଏସଏମ ମାନସ ରଞ୍ଜନ ଗୁରୁ, ସତ୍ୟ ପ୍ରସାଦ ସାହୁ, ସୀତାଂଶୁ ଶେଖର ମହାପାତ୍ର, ବସନ୍ତ ପାଣି, ଅଭୟ ଦାସ, ପ୍ରଶାନ୍ତ କୁମାର ବେହେରା, ମନମୋହନ ସିଂଙ୍କ ସହିତ ସେକ୍ସନ ଅଧିକାରୀମାନେ ଯୋଗଦେଇଥିଲେ । ଏହି ମିଶନ ମାଧ୍ୟମରେ ସହକାରୀ ସାଧାରଣ ପରିଚାଳକ ଇଂ ପ୍ରଦୀପ୍ତ କୁମାର ଦାଶ ଗ୍ରାହକମାନଙ୍କୁ ସାଧୁତାର ସହିତ ବିଦ୍ୟୁତ ବ୍ୟବହାର କରିବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ