ଟିବିଡବ୍ଲ୍ୟୁ ପକ୍ଷରୁ ଜମ୍ବୋ ଫନ୍ କ୍ୟାମ୍ପ କାର୍ଯ୍ୟକ୍ରମ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଟିବିଡବ୍ଲ୍ୟୁ ପୁସ୍ତକ କମ୍ପାନୀ ପକ୍ଷରୁ ଜମ୍ବୋ ଫନ କ୍ୟାମ୍ପ ବୁଧବାର ଆୟୋଜନ କରା ଯାଇଥିଲା । ଛାତ୍ରୀଛାତ୍ରୀଙ୍କ ମଧ୍ୟରେ ବୌଦ୍ଧିକ ଜ୍ଞାନର ଅଭିବୃଦ୍ଧି ପାଇଁ ପ୍ରତ୍ୟେକ ବିଷୟରେ ପରୀକ୍ଷା ସହ ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ଓ ନୃତ୍ୟ ପ୍ରତିଯୋଗିତା ଏହି କାର୍ଯ୍ୟକ୍ରମର ଆଭିମୁଖ୍ଯ ଥିଲା। ଟିବିଡବ୍ଲ୍ୟୁ ଜୋନାଲ ମ୍ୟାନେଜର ଅନନ୍ତ ଚରଣ ସାହୁ, ଭଦ୍ରକ ଜିଲା ମୁଖ୍ୟ ବିତରକ ଯୁଗଳ କିଶୋର ବେହେରା,ଭଦ୍ରକ ଜିଲ୍ଲା ପରିଚାଳକ ଜ୍ୟୋତି ରଞ୍ଜନ ମହାପାତ୍ର, ବାଲେଶ୍ବର ଜିଲ୍ଲା ପରିଚାଳକ ରବୀନ୍ଦ୍ର ଗାହାଣ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବନିତା ପୃଷ୍ଟି, ବରିଷ୍ଠ ଶିକ୍ଷକ ରଞ୍ଜୀବ କୁମାର ରାଉତ, ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟି ସଭାପତି ଅମରେନ୍ଦ୍ର ବିଶ୍ବାଳ, ପଞ୍ଚସଖା ସେତୁ କମିଟି ସଭାପତି ଦୀପ୍ତି ରଞ୍ଜନ ନାୟକ, ସଭ୍ୟ ଦେବେନ୍ଦ୍ର ନାଥ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ପ୍ରତୋଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ବୋଲି କହିଥିଲେ। ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ପାଇଁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ