ଟିଭିଏସ ଗାଡ଼ି ସହ ଅପମିଶ୍ରିତ ଦେଶୀମଦ ଜବତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବଡ଼ପଦା ଗ୍ରାମ ରାସ୍ତାରୁ ମଙ୍ଗଳବାର ସକାଳେ ଦିଗପହଣ୍ଡି ଅବକାରୀ ଏସ.ଆଇ ଅନୀତା ପ୍ରଧାନ ୮୦ ଲିଟର ଅପମିଶ୍ରିତ ଦେଶୀମଦ ଜବତ କରିଛନ୍ତି। ସକାଳ ପ୍ରାୟ ୭ ଟାରେ ଅବକାରୀ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ  ଦୃତଗତି ରେ ଆସୁଥିବା ଏକ କଳାରଙ୍ଗର ଟିଭିଏସ ଏକ୍ସଲ ମୋପେଡ଼( ନଂ. ଓଡ଼ି ୦୭ ଏଏଫ୍-୩୧୭୫)କୁ ଅଟକାଇ ଖାନ ତଲାସ କରିଥିଲେ।ସେଥିରେ ୪ ଟି ପ୍ଲାଷ୍ଟିକ ଜାରକିନ ଅପମିଶ୍ରିତ ଦେଶୀମଦ  ଥିବା ଜଣାପଡିଥିଲା। ବିନା ଲାଇସେନ୍ସରେ ଅପମିଶ୍ରିତ ଦେଶୀମଦ ଚାଲାଣ କରୁଥିବା ଅଭିଯୋଗରେ ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ କୁମୁଟିକଙ୍କାଳ ଗ୍ରାମର ମାଧବ ମଲ୍ଲିକଙ୍କୁ ଅବକାରୀ ଏସ.ଆଇ ଗିରଫ କରିଥିଲେ।ଜବତ ମଦକୁ ଘଟଣାସ୍ଥଳରେ ସାକ୍ଷମାନଙ୍କ ଉପସ୍ଥିତିରେ ପରୀକ୍ଷା କରାଯିବ  ପରେ ଦିଗପହଣ୍ଡି ଅବକାରୀ ଥାନା ମାମଲା ନଂ.୨୯/୨୫-୨୬ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଟିଭିଏସ ମୋପେଡ଼ ଲୁନା କୁ ଜବତ କରାଯାଇଛି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ