ଟିମ୍‍ ହ୍ୟୁମାନିଟି କନ୍ଧମାଳର ଭିନ୍ନ ପ୍ରୟାସ; ମାନସିକ ଅସୁସ୍ଥଙ୍କୁ ସେବା ଯୋଗାଇବା ଆରମ୍ଭ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ଏକ ଜଣାଶୁଣା ସ୍ୱେଚ୍ଛାସେବୀ ସଂଗଠନ ଟିମ୍‍ ହ୍ୟୁମାନିଟି କନ୍ଧମାଳ ଜିଲ୍ଲା  ଫୁଲବାଣୀ ସଦର ମହକୁମା ସମେତ ବିିଭିନ୍ନ ଅଞ୍ଚଳରେ ଆରମ୍ଭ କରିଛି ଏକ ଭିନ୍ନ ପ୍ରୟାସ। ପୂର୍ବରୁ ବିିଭିନ୍ନ କାର୍ଯ୍ୟରେ ସଦସ୍ୟମାନେ ନିଜକୁ ନିୟୋଜିତ କରି ସାଧାରଣ ଜନତାଙ୍କ ସେବା ଯୋଗଉଥିବା ବେଳେ ବତ୍ତର୍ମାନ ପ୍ରତ୍ୟେକ ରବିବାର ଦିନ ସହରରେ ବିଭିନ୍ନ ସ୍ଥାନରେ ଘୁରିବୁଲୁଥିବା ମାନସିକ ଅସୁସ୍ତ ବ୍ୟକ୍ତିଙ୍କୁ ସେବା ଯୋଗାଇବା ଆରମ୍ଭ କରିଛି। ଇତି ମଧ୍ୟରେ ଗତ ୨ ସପ୍ତାହ ହେଲା ସହରର ବିଭିନ୍ନ ଗଳିକନ୍ଦିରେ ବୁଲୁଥିବା ଏଭଳି ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ସଂପୂର୍ଣ୍ଣଭାବେ ସଫା ସୁତୁରା କରିବା ସହିତ ଚୁଟି କରିବା, ନଖ କାଟିବା, ଗାଧୋଇବା ସହିତ ସେମାନଙ୍କ ଖାଦ୍ୟ ପ୍ରଦାନ କରିବା ସହିତ ପୋଷାକ ପିନ୍ଧାଇବା ଆରମ୍ଭ କରିଛି । ଟିମ୍‍ର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ପୂର୍ବରୁ କରୋନା ସମୟରେ ହେଉ କିମ୍ବା ବାତ୍ୟା ସମୟରେ ମଧ୍ୟ ଟିମର ସଦସ୍ୟ ମାନେ ନିଜ ଜୀବନକୁ ବାଜି ଲଗାଇ ବହୁ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ବିଭିନ୍ନ ସ୍ତରରେ ମଧ୍ୟ ବେଶ୍‍ ପ୍ରଶଂସିତ ହୋଇଛନ୍ତି। ସେହଭଳି କାହାରି ଘରେ ବିଷାକ୍ତ ସର୍ପ ବାହାରିଥିଲେ ମଧ୍ୟ ଟିମର ତାଲିମ୍‍ପ୍ରାପ୍ତ ସଦସ୍ୟମାନେ ପହଞ୍ଚି ସର୍ପକୁ ଉଦ୍ଧାର କରିବା ସହିତ ଜଙ୍ଗଲରେ ଛାଡ଼ିଥାନ୍ତି। ଟିମ୍‍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଟିମ୍‍ର ବହୁ ସଦସ୍ୟ ଓ ସଦସ୍ୟମାନେ ଏହି ସବୁ କାର୍ଯ୍ୟରେ ସାମିଲ୍‍ ହୋଇଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ