ଟିଲୋରେ ରକ୍ତଦାନ ଶିବିର ୫୫ ୟୁନିଟ୍ ରକ୍ତ ସଂଗ୍ରହ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବୁଧବାର ବନ୍ତ ବ୍ଲକ ଟିଲୋ ସରକାରୀ ନୋଡାଲ ହାଇସ୍କୁଲ ପରିସରରେ ବ୍ଲଡ୍ ହବ୍ ଓଡିଶା, ଭଦ୍ରକ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ନିହାରିକା ରାଉତ ଓ ଆଇଆଇସି ମିନା ବିନ୍ଧାଣୀ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ଶିବିରରେ ବନ୍ତ ଥାନାର ଏସ୍.ଆଇ. ପ୍ରସାଦ କୁମାର ଜେନାଙ୍କ ସମେତ ମୋଟ ୫୫ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ । ଭଦ୍ରକ ରକ୍ତ ଭଣ୍ଡାରର କର୍ମଚାରୀ ରବି ନାରାୟଣ ଖୁଣ୍ଟିଆ, ବଳରାମ ପୁହାଣ, ରତିକାନ୍ତ ପୁହାଣ ରକ୍ତ ସଂଗ୍ରହ କାର୍ଯ୍ୟ ସଂପାଦନ କରିଥିଲେ । ସତ୍ୟବ୍ରତ ସାହୁଙ୍କ ତତ୍ତ୍ୱାବଧାନରେ ଦୀପଂଜ୍ୟୋତି ନାୟକ, ସତ୍ୟଦୀପ୍ ସାହୁ, ସାହିଲ୍ ସାମଲ, ରାକେଶ କୁମାର ନାୟକ, ଭବାନୀ ଶଙ୍କର ଦାସ, ଦେବରାଜ ବେହେରା, ପ୍ରତିମା ସାହୁ, ଜ୍ୟୋତି ପ୍ରକାଶ ସେନାପତିଙ୍କ ସମେତ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ


