ଟିଲୋ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ବିକାଶ ପାଇଁ ପରିବର୍ତ୍ତନର ଆବଶ୍ୟକତା ରହିଛି

ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକର ବିକାଶ ପାଇଁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ମଙ୍ଗଳବାର ବନ୍ତ ଜଳସେଚନ ଅଫିସ ଡାକବଙ୍ଗଳା ସମ୍ମୁଖରେ ଟିଲୋ ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତୃତ୍ୱ ମାନେ କହିଥିଲେ । ଟିଲୋ ପଞ୍ଚାୟତ କଂଗ୍ରେସ କମିଟି ସଭାପତି ସୁଧାଂଶୁ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ସମ୍ମିଳନୀରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ହରମୋହନ ବେହେରା, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଂପାଦକ ସ୍ମୃତି ରଂଜନ ସ୍ୱାଇଁ, ସମାଜସେବୀ ଇଂ.ଲକି ମାଷ୍ଟର ସ୍ୱାଇଁ, ଆଇନଜୀବି ସଂଗ୍ରାମ କେଶରୀ ଜେନା, ରମାକାନ୍ତ ପାଣିଗ୍ରାହୀ, ଖଗେଶ୍ୱର ବରାଳ, ବସନ୍ତ କର, ଗଗନ ପାତ୍ର, ନବଘନ ରାଜ, ଦୀପକ ପୃଷ୍ଟି, ପ୍ରଦୀପ ପଢିଆରୀ, ଶ୍ରୀରାମ ଦାସ, ବାବୁଲି ବେହେରା, ପଦ୍ମନାଭ ଦାସ, ବାବାଜି ଜେନା, ମାଧବ ବିଶ୍ୱାଳ, ରଘୁନାଥ ବେହେରା, ସୁଧାକର କଅଁର, ନିରାକର ସେଠୀ, ଚନ୍ଦ୍ରମଣି ଦାସ, ବସନ୍ତ ରାଉତ, ନୃସିଂହ ରାଉତ, ସନ୍ତୋଷ ରାଉତ ଯୋଗ ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନକୁ ନିରପେକ୍ଷ ଭାବେ କରିବାକୁ ସେମାନେ ଦାବୀ କରିଥିଲେ । ସ୍ଥାନ ସଂରକ୍ଷଣ ତାଲିକା ପ୍ରସ୍ତୁତିରେ ତୃଟି ଓ ନିୟମର ଉଲଂଘନ କରାଯାଇଛି । ଟିଲୋ ପଞ୍ଚାୟତରେ ସମିତି ସଭ୍ୟ ପଦବୀ ପୂର୍ବରୁ ଅନୁସୂଚିତ ଜାତି ପାଇଁ ଥିବା ବେଳେ ପରେ ତାହାକୁ ଅନୁସୂଚିତ ଜାତି ମହିଳାଙ୍କ ପାଇଁ କରାଯାଇଛି । ରାଜ୍ୟ ସରକାର ଓ ପ୍ରଶାସନ ମିଳିତ ଭାବରେ ବିରୋଧି ଓ ସାଧାରଣ ଜନତାଙ୍କ ସ୍ୱରକୁ ଚାପିବା ପାଇଁ ଏଭଳି ନୀତି ଆପଣାଉଛନ୍ତି । ଆଗାମୀ ନିର୍ବାଚନ ପାଇଁ ଟିଲୋ ପଞ୍ଚାୟତ କଂଗ୍ରେସ କମିଟି ପ୍ରସ୍ତୁତ ରହିଛି ଏବଂ ଆଗାମୀ ଦିନରେ କଂଗ୍ରେସ ବନ୍ତ ବ୍ଲକ ଦଖଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ