ଟିଲୋ ଗଡଚଣ୍ଡୀ ଉପ୍ରା ବିଦ୍ୟାଳୟରେ ଶିଶୁ ଦିବସ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ଗଡଚଣ୍ଡୀ ସରକାରୀ ଉପ୍ରା ବିଦ୍ୟାଳୟ ଓ ମେନକାରାଣୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୋଲାପରାଣୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୀଲିପ କୁମାର ଜେନା, ସିଆରସିସି ସୁକାନ୍ତ କୁମାର ବେହେରା ଯୋଗ ଦେଇ ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଗୌତମ ନାୟକ, କ୍ରୀଡା ଶିକ୍ଷୟିତ୍ରୀ ମନିତାବାଳା ନାୟକ, ଶିକ୍ଷକ ଗଜେନ୍ଦ୍ର କୁମାର ସାହୁ, ଅରୁଣ କୁମାର ଜେନା, ନିତ୍ୟାନନ୍ଦ ସାହୁ, ଡମ୍ବରୁଧର ପଢିଆରୀ, ଶିକ୍ଷୟିତ୍ରୀ ଦେବପ୍ରିୟା ଜେନା, ମନମୋହିନୀ ନାୟକ, ମନୋରମା ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନ୍ତୋଷ ରାଉତ, ଉପସଭାପତି ମୋହିନୀ ସ୍ୱାଇଁ, ସଭ୍ୟ ଅକ୍ଷୟ ସ୍ୱାଇଁ, ସୁକାନ୍ତ ବେହେରା, ଗୋବିନ୍ଦ ରାଜ, ସଭ୍ୟା ସସ୍ମିତା ବାରିକ, ମହାଶ୍ୱେତା ଲେଙ୍କା, ଲକ୍ଷ୍ମୀପ୍ରିୟା ଜେନା, ବନଜ୍ୟୋତ୍ସ୍ନା ରାଉତ, ପ୍ରମୋଦିନୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।