ଟିଲୋ ପଞ୍ଚାୟତରେ ଜନ ସଚେତନତା କାର୍ଯ୍ୟକ୍ରମ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ପଞ୍ଚାୟତ ବିଜେଡି ସଭାପତି ସୁଧିର କୁମାର ନାୟକ ତେଲିସାହି ଗ୍ରାମ ଠାରୁ ଏହାକୁ ଶୁଭାରମ୍ଭ କରିଥିଲେ । ଗତ ୪ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁ ରହିଛି । ଏଥିରେ ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ସରପଞ୍ଚ ନିହାରିକା ରାଉତ, ନାଏବ ସରପଞ୍ଚ ଅବ୍ୟକ୍ତ ଧଳ, ସୁଭଦ୍ରା ରାଜ, ମାନସ ପାତ୍ର, ଅଭିଜିତ୍ ସ୍ୱାଇଁ, ଦୀଲିପ ଦାସ, ମଣି ଚରଣ ସାହୁ, ଗଣନାଥ ବେହେରା, ସୁଶାନ୍ତ ସେଠୀ, ପୁଷ୍ପାଞ୍ଜଳୀ ପଣ୍ଡାଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଯୋଗ ଦେଇଥିଲେ । ଗତ ୨ ଦିନ ଧରି ହାଟସାହି, ଭୁବନେଶ୍ୱରପୁର ଶାସନ, ଶାଳକଣିଆ, ଦେବତାଗଢିଆ ଓ ଧୋବାତଳିଆ ଆଦି ଗ୍ରାମ ପରିକ୍ରମା କରାଯାଇ ଲୋକ ମାନଙ୍କୁ କରୋନା ମହାମାରୀରୁ ରକ୍ଷା ପାଇବା ନିମନ୍ତେ ସଚେତନତା କରାଇବା ସହିତ ମାସ୍କ ବଣ୍ଟନ କରାଯାଇଥିଲା ।


