ଟିଲୋ ମଧୁପୁରରେ ଯୋଗ ଶିବିର

ବନ୍ତ,(ଯୁଗାଦ୍ଧ ନ୍ୟୁଜ) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ମଧୁପୁର ଠାରେ ପତଞ୍ଜଳୀ ଯୋଗ ପ୍ରଚାରକ ପ୍ରକଳ୍ପ ତରଫରୁ ୫ ଦିନିଆ ଯୋଗ ପ୍ରାଣାୟମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେହ ସକାଳ ୬ଟାରେ ଯୋଗ ପ୍ରାଣାୟାମ, ଆସନ, ଶାରୀରିକ ବ୍ୟାୟାମ, ଧ୍ୟାନ ଆଦି ଯୋଗ ଶିକ୍ଷା ପ୍ରଦାନ କରାଯାଇଥିବା ବେଳେ ସନ୍ଧ୍ୟାରେ ଆରୋଗ୍ୟ ସଭା ଅନୁଷ୍ଠିତ ହୋଇ ଆକୁପ୍ରେସର ଚିକିତ୍ସା, ଘରୋଇ ଉପଚାର, ସ୍ୱଦେଶୀ ବସ୍ତୁର ବ୍ୟବହାର ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରତ୍ୟେକ ସାଧକ ଆସନ ପ୍ରାଣାୟମ ସହିତ ଯମ ନିୟମ ପାଳନ କଲେ ନିଶ୍ଚିତ ଭାବେ ରୋଗମୁକ୍ତ ହୋଇ ପାରିବେ ବୋଲି ପରାମର୍ଶ ଦିଆଯାଇଥିଲା । ଉକ୍ତ ଶିବିରରେ ଭଦ୍ରକ ଜିଲା ଯୋଗ ପ୍ରଚାରକ ଧରଣୀଧର କର, ଯୋଗ ବିସ୍ତାରକ କାଳନ୍ଦି ପାତ୍ର, ବିସ୍ତାରକ ଗଦାଧର ଦାସ, ଶିକ୍ଷକ ତାପସ ରାଉତ, ଯୋଗ ଶିକ୍ଷକ ସନ୍ତୋଷ ନାଥ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଏହି ଅବସରରେ ଗ୍ରାମରେ ନିଶାମୁକ୍ତ ର‌୍ୟାଲି, ବୃକ୍ଷରୋପଣ, ହୋମଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ପ୍ରତ୍ୟେହ ୫୦ରୁ ଉର୍ଦ୍ଧ୍ୱ ଶିବିରାର୍ଥୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ