ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା

ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ନିହାରିକା ରାଉତ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି କ୍ରୀଡାକୁ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ପାଢୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କ୍ରୀଡାରେ ୧ମରୁ ୧୦ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଟ୍‌ଫୁଟ୍‌, ଡିସକସ୍ ଥ୍ରୋ, ଲମ୍ବଡିଆଁ, ଉଚ୍ଚ ଡିଆଁ, ମ୍ୟୁଜିକ୍ ଚେୟାର, ସଂଗୀତ, ଗଣିତ ଦୌଡ, ମ୍ୟୁଜିକ୍ ଡ୍ୟାନ୍ସ ଆଦି କ୍ରୀଡା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଧନେଶ୍ୱର ଜେନା, ଖଗେଶ୍ୱର ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସହଦେବ ବେହେରା, ଶିକ୍ଷୟିତ୍ରୀ ବସୁନ୍ଧରା ଜେନା, ସାଗରିକା ପୁହାଣ, ନିଳିମା ମଞ୍ଜରୀ ରାଉତ, ଉଷାଲତା ମହାପାତ୍ର, ଅନିମା ଜେନା, ଅଲିଭା ପଣ୍ଡା, ବାସନ୍ତୀ ଜେନା, ଗୌରୀବାଳା ପାତ୍ର, ସୁମିତ୍ରା ବେହେରା, ମୌନାବତୀ ସାମଲ, କର୍ମଚାରୀ ପ୍ରଫୁଲ୍ଲ କୁମାର ବାରିକ, ସନ୍ତୋଷ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ