ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍ଯାପିତ
ବନ୍ତ,(ଯୁଗାବ୍ଦନ୍ୟୁଜ୍) : ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍ଯାପିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ପାଢୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ବାସନ୍ତୀ କୁମାରୀ ମିଶ୍ର, ମୁଖ୍ୟ ବକ୍ତା ଭାବେ ସରପଞ୍ଚ ନିହାରିକା ରାଉତ, ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁକାନ୍ତ କୁମାର ବେହେରା ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ଉଷାଲତା ମହାପାତ୍ର ଅତିଥି ପରିଚୟ ଓ ଅଲିଭା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇ ଦିନ ଧରି ବିଭିନ୍ନ ବିଭାଗରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାରେ ମୋଟ ୧୦୩ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୩୫ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଧନେଶ୍ୱର ଜେନା, ବସୁନ୍ଧରା ଜେନା, ସାଗରିକା ପୁହାଣ, ନିଳାମଞ୍ଜରୀ ରାଉତ, ବାସନ୍ତୀ ଜେନା, ଗୌରିବାଳା ପାତ୍ର, ମୌନାବତୀ ସାମଲ, ସୁମିତ୍ରା ବେହେରା, କର୍ମଚାରୀ ପ୍ରଫୁଲ୍ଲ ବାରିକ, ସନ୍ତୋଷ ବେହେରା ପ୍ରମୁଖ ସହାୟତା କରିଥିଲେ ।


