ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ରୀତାରାଣୀ ଦେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଡିଓ ପ୍ରଦୀପ କୁମାର ସେଠୀ, ମୁଖ୍ୟ ବକ୍ତା ଭାବେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ରାଜ କିଶୋର ଆଚାରୀ, ସମ୍ମାନୀତ ଅତିଥି ଭାବେ ବିଇଓ ମଞ୍ଜୁଳାବାଳା ନାୟକ, ଏବିଇଓ ହରେକୃଷ୍ଣ ଆପଟ, ସରପଞ୍ଚ ସଂଗ୍ରାମ କେଶରୀ ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଂଜୟ ସାମଲ, ଆଲୁମିନି କମିଟିର ସଭାପତି ଆଲୋକ କୁମାର ରାଉତ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ବସୁନ୍ଧରା ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ କମଳାକାନ୍ତ ନାୟକ, ଗୟାଧର ମଲ୍ଲିକ, ଶିକ୍ଷୟିତ୍ରୀ ସାଗରିକା ପୁହାଣ, ଲକ୍ଷ୍ମୀମଣି ସାହୁ, ବାସନ୍ତୀଲତା ଜେନା, ଅଲିଭା ପଣ୍ଡା, ମୌନାବତୀ ସାମଲ, ସୁମିତ୍ରା ବେହେରା, ଗୌରୀବାଳା ପାତ୍ର, ଅଫିସ ସହାୟକ ପ୍ରଫୁଲ୍ଲ ବାରିକ, ସନ୍ତୋଷ କୁମାର ବେହେରାଙ୍କ ସମେତ ପରିଚାଳନା କମିଟିର ସଭ୍ୟସଭ୍ୟା ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।