ଟିଲୋ ସରକାରୀ ହାଇସ୍କୁଲରେ ପୁରସ୍କାର ବିତରଣୀ ଉତ୍ସବ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ରୀତାରାଣୀ ଦେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ମୁଖ୍ୟ ବକ୍ତା ବିଡିଓ ପ୍ରଦୀପ କୁମାର ସେଠୀ, ସମ୍ମାନୀତ ଅତିଥି ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡେଇ, ବ୍ଲକ ଶିକ୍ଷାଧିକାରୀ ମଞ୍ଜୁଳାବାଳା ନାୟକ, ସରପଞ୍ଚ ସଂଗ୍ରାମ କେଶରୀ ଜେନା, ବରିଷ୍ଠ ପ୍ରଶିକ୍ଷକ କଳିଙ୍ଗ ସାହୁ, କିରଣ ରଥ, ପୁରାତନ ଛାତ୍ର ସଭାପତି ଆଲୋକ ରାଉତ, ପ୍ରାକ୍ତନ ପରିଚାଳନା କମିଟି ସଭାପତି ନିରୋଦ ଜେନା, ଆଲୁମିନୀ କମିଟି ସଭ୍ୟ ନିରଂଜନ ଲେଙ୍କା, ପୁରାତନ ଛାତ୍ର ପ୍ରଣବ କିଶୋର ଲେଙ୍କା, ପ୍ରେମାନନ୍ଦ ଜେନା, ଦୋଳଗୋବିନ୍ଦ ଲେଙ୍କା, ଜଗନ୍ନାଥ ପଢିଆରୀ, ଆକାଶ କୁମାର ଜେନା ଯୋଗ ଦେଇଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁକାନ୍ତ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇଥିଲା । ବିଦ୍ୟାଳୟର କ୍ରୀଡା, ଶିକ୍ଷା, ସମସ୍ତ ବିଭାଗରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ନାରାୟଣ ସାମଲ, ବସୁନ୍ଧରା ଜେନା, ସାଗରିକା ପୁହାଣ, କମଳାକାନ୍ତ ନାୟକ, ନିଳୀମା ରାଉତ, ଲକ୍ଷ୍ମୀମଣି ସାହୁ, ବାସନ୍ତୀ ଜେନା, ମୌନାବତୀ ସାମଲ, ଅଲିଭା ପଣ୍ଡା, ସୁମିତ୍ରା ବେହେରା, ଗୌରିବାଳା ପାତ୍ର, ପ୍ରଫୁଲ୍ଲ ବାରିକ, ସନ୍ତୋଷ ବେହେରା ସହଯୋଗ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ