ଟିଲୋ ହାଇସ୍କୁଲ ୧୯୯୪ ବ୍ୟାଚ୍ର ବନ୍ଧୁମିଳନ ସମାରୋହ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ସରକାରୀ ହାଇସ୍କୁଲର ୧୯୯୪ ବ୍ୟାଚ୍ର ବନ୍ଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କପାଳୀକ୍ଷେତ୍ର ନିମାପଡା ଠାରେ ଅନୁଷ୍ଠିତ ବନ୍ଧୁମିଳନ ସମାରୋହରେ ଆଲୋକ କୁମାର ରାଉତ, ସୁନୀଲ ବାରିକ, ସୁଧାଂଶୁ ରାଉତ, ପ୍ରଦୀପ ପଢିଆରୀ, କୁମୁଦିନୀ ସାହୁ, ପବିତ୍ରା ସାହୁ, ସୁମିତ୍ରା ସ୍ୱାଇଁ, ପ୍ରକାଶ ପ୍ରଧାନ, ଚଗୁଲ ରାଜ, ଧିରେନ୍ଦ୍ର ବିଶ୍ୱାଳ, ପ୍ରଶାନ୍ତ ପାଢୀଙ୍କ ସମେତ ବହୁପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।


