ଟିସୁ ପେପରରେ ବାହାଘର ପୋଷାକ ତିଆରି କରି ରେକର୍ଡ କଲେ ମହିଳା

କାରି କରଲୋଟୋ ନାମକ ନ୍ୟୁୟର୍କର ଜଣେ ମହିଳା ଟଏଲେଟରେ ବ୍ୟବହାର କରାଯାଉଥିବା ଟିସୁ ପେପର ବ୍ୟବହାର କରି ଏକ ବିବାହ ପୋଷାକ ତିଆରି କରି ଆସିଛନ୍ତି ଚର୍ଚ୍ଚାକୁ । କେବଳ ସେତିକି ନୁହେଁ, ନ୍ୟୁୟର୍କରେ ଆୟୋଜିତ ଏକ ଫ୍ୟାଶନ କମ୍ପିଟିଶନରେ ଯୋଗଦେଇ ସେ ଏଥିଲାଗି ୬ ଲକ୍ଷ ୩୭ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ହାତେଇଛନ୍ତି । ପ୍ରାୟ ୧୫ ହଜାର ପ୍ରଜାପତିରେ ସଜାଇ ହୋଇଛି ଏହି ପୋଷାକ । ଏହାର ତଳଭାଗ ଓ ପଛଭାଗର ଚଉଡା ରହିଛି ୬ ଫୁଟ୍ । ଏହି ଗୃହିଣୀ ଜଣଙ୍କ ପିଲାମାନେ ଶୋଇପଡ଼ିବା ପରେ ପାଖାପାଖି ୩ ମାସ ଲାଗି ଉକ୍ତ ପୋଷାକକୁ ତିଆରି କରିଥିବା କୁହନ୍ତି । ସୂଚନା ମୁତାବକ, ନ୍ୟୁୟର୍କରେ ଗତ ୧୩ ବର୍ଷ ଧରି ଆୟୋଜିତ ହେଉଥିବା ଟଏଲେଟ ପେପର ଡ୍ରେସ୍ କମ୍ପିଟିଶନରେ ଏହାକୁ ସାମିଲ କରାଯାଇଥିଲା । ୧୫୧୭ ଏଣ୍ଟ୍ରି ମଧ୍ୟରୁ ଏହାକୁ ଶ୍ରେଷ୍ଠ ପୋଷାକ ଭାବେ ବିବେଚିତ କରାଯାଇଥିଲା । ତେବେ ଟିସୁ ପେପର ସହ ସେ ଏଥିରେ ଅଠା, ଚମକିବା ଭଳି କିଛି ପଦାର୍ଥ ଓ ଫିତା ବ୍ୟବହାର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ