‘ଟିୟୁଏସିସି’ପକ୍ଷରୁ ଶ୍ରମ ବିଭାଗ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା):ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ ସମିତି(ଟିୟୁଏସିସି) ପକ୍ଷରୁ ଜିଲା ଶ୍ରମ ଦପ୍ତରରେ ଦୀର୍ଘବର୍ଷ କାର୍ଯ୍ୟକରି ଚାକିରିରୁ ସଦ୍ୟ ଅବସର ନେଇଥିବା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଲାଲମୋହନ ମାରାଣ୍ଡିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପଢ଼ୁଆଁପଦା ସ୍ଥିତ ଉଠା ଜଳସେଚନ କର୍ମଚାରୀ ଭବନରେ ଆୟୋଜିତ କାର୍ଯ୍ୟକ୍ରମ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା କରିଥିଲେ । ସମନ୍ୱୟ ସମିତିର ଆବାହକ ବିଜୟ ପାତ୍ରଙ୍କ ସମେତ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଶ୍ରମିକ ସଂଗଠନରୁ ସଞ୍ଜୟ କୁମାର ସାମଲ, ବିକାଶ ଦାସ, ପିତାମ୍ବର ମାଝୀ, ରଂଯୁକ୍ତା ଓଝା, ହରିଶ୍ଚନ୍ଦ୍ର ପାତ୍ର, ପ୍ରଶାନ୍ତ ପରିଡ଼ା, ଯୋଗେନ୍ଦ୍ର ପଣ୍ଡା, କେଶବ ଲେଙ୍କା, ବିନୟ ପରମାଣିକ, ପ୍ରଭାକର ସାହୁ, ବେଣୁଧର ମହାନ୍ତି, ବିଭୂତି ଦାସଙ୍କ ସମେତ ସହକାରୀ ଶ୍ରମ ଅଧିକାରୀ ଦୀପ୍ତିରଞ୍ଜନ ସାହୁ ଏବଂ ରାଜେନ୍ଦ୍ର ସାହୁ, ତନ୍ମୟ କୁମାର ବିଶ୍ୱାଳ ପ୍ରମୁଖ ଚାକିରିରୁ ଅବସର ଗ୍ରହଣ କରିଥିବା ଶ୍ରୀ ମାରାଣ୍ଡିଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରିଥିଲେ । ଉପସ୍ଥିତ ସମସ୍ତ ଶ୍ରମିକ ନେତା ତାଙ୍କର ସୁସ୍ଥ, ନିରାମୟ ଓ ସୁଖପ୍ରଦ ଜୀବନ କାମନା କରିଥିଲେ । ଦୀର୍ଘ ୨୩ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ମାରାଣ୍ଡିଙ୍କ ସାଧୁତା ଓ କର୍ତ୍ତବ୍ୟନିଷ୍ଠାକୁ ଶ୍ରମିକ ନେତାମାନେ ଉଚ୍ଚ ପ୍ରଶଂସା କରିଥିଲେ । ଶ୍ରମଦପ୍ତରରେ ପ୍ରାୟ ୩୦ଟି ସ୍ଥାୟୀ ମଂଜୁରୀପ୍ରାପ୍ତ ପଦବୀରେ ଏବେ ମାତ୍ର ୫ଜଣ ଅଧିକାରୀ ଓ କର୍ମଚାରୀ କାମ କରୁଛନ୍ତି । ଶ୍ରୀ ମାରାଣ୍ଡିଙ୍କ ଅବସର ପରେ ଜିଲ୍ଲା ଶ୍ରମଦପ୍ତରରେ ୪ର୍ଥ ଶ୍ରେଣୀ କର୍ମଚାରୀ ଶୂନ ହୋଇଯାଇଛି । ଏହାକୁ ନେଇ ଏହି ସମ୍ବର୍ଦ୍ଧନା ପର୍ବରେ ସମସ୍ତେ ଉଦବେଗ ପ୍ରକାଶ କରିଥିଲେ । ସମ୍ବର୍ଦ୍ଧିତ ଅବସରରେ ଶ୍ରୀ ମାରାଣ୍ଡି ଭାବବିହ୍ୱଳ ହୋଇପଡ଼ିବା ସହ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏଥି ସହିତ ‘ବିଜୁ ଶ୍ରମିକ ସମ୍ମାନ’ପ୍ରାପ୍ତ ଶ୍ରୀ ପାଣିଗ୍ରାହୀଙ୍କୁ ବି ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ବିରଞ୍ôଚ କୁମାର ପ୍ରଧାନ, ରତ୍ନାକର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ଶଶିକାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ