ଟି.ଏମ୍‌.ସି ପରିଦର୍ଶନ କଲେ ତହସିଲଦାର

ବନ୍ତ (ଚାନ୍ଦିନୀ ମହାନ୍ତି) :  ବ୍ଲକର ବିଭିନ୍ନ ଟି.ଏମ୍‌.ସି.ରେ ଓଡିଶା ବାହାରୁ ଆସୁଥିବା ପ୍ରବାସୀ ମାନଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ଏସବୁ କେନ୍ଦ୍ର ଗୁଡିକୁ ତଦାରଖ କରାଯାଉଛି । ବୁଧବାର ତହସିଲଦାର ଇନ୍ଦିରା ସାହୁ ସେଣ୍ଡତୀରାସ୍ଥିତ ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ର(ଟି.ଏମ୍‌.ସି)ରେ ପହଞ୍ôଚ ସମସ୍ତ ବ୍ୟବସ୍ଥା ଠିକ୍ ରହିଛି କି ନାହିଁ ତଦାରଖ କରିଥିଲେ । ଉକ୍ତ କେନ୍ଦ୍ରରେ କର୍ଣ୍ଣାଟକ ରାଜ୍ୟରୁ ୧୫ ଜଣ ପ୍ରବାସୀ ରହିଥିବା ଦେଖାଯାଇଥିଲା । ତଦାରଖ ବେଳେ ସରପଞ୍ଚ ପ୍ରେମଲତା ପ୍ରଧାନ, ସରପଞ୍ଚଙ୍କ ପ୍ରତିନିଧି ପ୍ରେମାନନ୍ଦ ନାୟକ, ନିରଞ୍ଜନ ସେନାପତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ