ଟି.ଡି ଇଞେକ୍ସନ ନେଇ ତିନି ଛାତ୍ର ଗୁରୁତ୍ୱର

ଘଟଗାଁ()କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ମେଲାଣ ହାଇସ୍କୁଲର ଦଶମ ଶ୍ରେଣୀର ଦୁଇ ଛାତ୍ର ଗତକାଲି ଟି.ଡି ଇଞେକ୍ସନ ନେଇ ଗୁରୁତ୍ୱର ହୋଇଥିବା ବେଳେ ଘଟଗାଁ ସ୍ଥିତ ବାଣେଶ୍ୱର ହାଇସ୍କୁଲର ଜଣେ ଛାତ୍ରୀ ମଧ୍ୟ ଗୁରୁର୍ୱର ଆହାତ ହୋଇଛି । ମେଲାଣ ହାଇସ୍କୁଲର ଗୁରୁତ୍ୱର ଦ୍ୱୟ ହେଲେ ଦଶମ ଶ୍ରେଣୀରେ ପାଠ ପଢୁଥିବା ସିଂରାୟ ମୁଣ୍ଡା ଓ ସାଧୁ ମୁଣ୍ଡା । ବାଣେଶ୍ୱର ହାଇସ୍କୁଲ୍ର ଦଶମ ଶ୍ରେଣୀରେ ପାଠପଢୁଥିବା ବିଜୟୀନି ପାତ୍ର ବୋଲି ଜଣାପଡିଛି । ସ୍ଥାନୀୟ ସମସ୍ତ ହାଇସ୍କୁଲ୍ର କେବଳ ଦଶମ ଶ୍ରେଣୀର ପିଲାମାନଙ୍କୁ ବିଗତ ୧୦ ଦିନ ହେବ ଟି.ଡି ଭ୍ୟାକ୍ସିନ୍ ଇଞେକ୍ସନ୍ ଦିଆଯାଉଥିଲା ବୋଲି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସ୍କୁଲ୍ରୁ ଛୁଟିହୋଇ ଘରକୁ ଯାଇଥିଲେ । ରାତିରୁ ଉଭୟ ପିଲାଙ୍କ ଦେହ ଖରାପ ହେବା ଆରମ୍ଭ ହୋଇଥିଲା ଓ ସକାଳୁ ଉଭୟଙ୍କ ଅବସ୍ଥାରେ ଗୁରୁତ୍ୱର ହେବାରୁ ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଏହି ଇଞେକ୍ସନ୍ ଧନୁଷ୍ଠକାର, କଣ୍ଠରୋତି, ଦହରା କାଶ ଇତ୍ୟାଦି ପାଇଁ ଦିଆଯାଉଅଛି । ଦୁଇଟି ପିଲା ଗୁରୁତ୍ୱ ଆହାତ ହୋଇଥିବା ବେଳେ ଆହୁରୀ ଗୁରୁତ୍ୱର ହୋଇଥିବା ବୋଲି ଅନୁମାନ କରାଯାଉଛି । ତେବେ ଉକ୍ତ ଟି.ଡି ଇଞେକ୍ସନ୍ ଦେବା ପାଇଁ ମେଳାଣ ଶିକ୍ଷକ ଟ୍ରେନିଂ ସମୟରେ ମନା କରିଥିଲେ ଏହି ଇଞେକ୍ସନ ମାରିବା ପାଇଁ କିନ୍ତୁ ଶିକ୍ଷକଙ୍କ କଥାକୁ ଖାତିର ନକରି ଇଞେକ୍ସନ୍ ଦେବାରୁ ଏଭଳି ଅସୁବିଧା ହୋଇଛି ବୋଲି ଶିକ୍ଷକ ଯଦୁମଣି ସାହୁ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ମୁକ୍ତିକାନ୍ତ ନାୟକ ଏହା ଭାଇରାଲ ଜ୍ୱର ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ