କିଙ୍ଗ୍ ଖାନ୍ଙ୍କ ଛୁଟିଲା ଶୁଭେଚ୍ଛାର ସୁଅ
ବଲିଉଡର କିଙ୍ଗ୍ ଖାନ୍ ବା ବାଦ୍ଶାହା ଭାବେ ଲୋକପ୍ରିୟ ଅଭିନେତା ଶାହାରୁଖ୍ ଖାନ୍ ଏବେ ଆଉ ଏକ ସଫଳତା ହାସଲ କରିଛନ୍ତି । ଫିଲ୍ମ ଜରିଆରେ ଅସଲ ରୋମାନ୍ସ କ’ଣ, ତାହା ନିଜ ପ୍ରଶଂସକମାନଙ୍କୁ ଜଣାଇବା ସହ ଏବେ ବି ନିଜ ପ୍ରଶଂସକଙ୍କ ମନରେ ରାଜ୍ କରୁଛନ୍ତି ଶାହାରୁଖ୍ । ଏତେ ହଦିନ ପର୍ଯ୍ୟନ୍ତ ସେ ନିଜର ଷ୍ଟାରଡମ୍ ବଜାୟ ରଖିଥିବା ବେଳେ ଟୁଇଟରରେ ତାଙ୍କ ଫଲୋୟର୍ସ ସଂଖ୍ୟା ୩୯ମିଲିୟନ୍ ଛୁଇଁଛି । କେବଳ ଭାରତରେ ନୁହେଁ, ବରଂ ଭାରତ ବାହାରେ ମଧ୍ୟ ଏବେ ବି ତାଙ୍କ ପୁରୁଣା ଫିଲ୍ମର ଚର୍ଚ୍ଚା ହୁଏ । ଗୀତର ଅର୍ଥ ନ ବୁଝି ମଧ୍ୟ ଅନେକ ବିଦେଶୀ ନାଗରିକ ତାଙ୍କ ଗୀତରେ ଭିଡିଓ ବନାଉଥିବାର ଦେଖାଯାଏ, ଯାହା ଅନେକ ସମୟରେ ଭାଇରାଲ ମଧ୍ୟ ହୋଇଛି । ଟୁଇଟରରେ ଫଲୋୟର୍ସ ସଂଖ୍ୟା ୩୯ ମିଲିୟନ୍ ହୋଇଛି ।


