ଟୁଙ୍ଗୁରୁ ଭୋଳ ଗିରଫ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳଙ୍କୁ ଆଜି ପୋଲିସ ଗିରଫ କରିଛି। ଜଣେ ୨୯ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଏବଂ ନିର୍ଯାତନା ଦେବା ଘଟଣାରେ ଭରତପୁର ପୋଲିସ ତାଙ୍କୁ ଗିରଫ କରିଛି। ତେବେ ଉଭୟଙ୍କ ପ୍ରେମ କାହାଣୀ ସେତେବେଳେ ସୋସିଆଲ ମିଡିଆରେ ବେଶ୍ ଚହଳ ପକାଇଥିଲା। ଅଟୋରେ ବସାଇ ପ୍ରେମ କରି ପରେ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଉକ୍ତ ମହିଳା ଟୁଙ୍ଗରୁଙ୍କ ନାଁରେ ଅଭିଯୋଗ କରିଥିଲେ। ଖବର ଅନୁଯାୟୀ, ରାଜଧାନୀ ଭୁବନେଶ୍ବର ଫୁଲେଶ୍ବରୀ ବସ୍ତିରେ ରହୁଥିବା ଉକ୍ତ ମହିଳାଙ୍କୁ ପ୍ରେମ କରି ପ୍ରତାରଣା କରିଥିବା ସେ ନିଜେ ଭରତପୁର ଥାନାରେ ଧାରଣା ଦେବା ସହ ଅଭିଯୋଗ କରିଥିଲେ। ପୋଲିସ ଏନେଇ ଟୁଙ୍ଗୁରୁଙ୍କ ବିରୋଧରେ ୩୪୧,୨୯୪,୨୨୩,୩୭୬, ୫୦୬ ଭଳି ସଙ୍ଗିନ ଦଫା ଲଗାଇ ଗିରଫ କରିଛି।