ଟୁର୍ଣାମେଣ୍ଟ ପୂର୍ବ ରାତିରେ ପିଚ କୁ ତାଡି ନଷ୍ଟ କଲେ ଦୂର୍ବୃତ୍ତ
ଶେରଗଡ, (ଅନୀଲ କୁମାର ପଣ୍ଡା):ଶେରଗଡ ମଣିଙ୍ଗ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏକଦିବସୀୟ ହଙ୍ଗାମା କ୍ରିକେଟ ଟୁର୍ଣାମେଣ୍ଟ କରିବା ଲାଗି ରବିବାର ଅର୍ଥାତ ମାର୍ଚ୍ଚ ୦୯ ତାରିଖ କୁ ଧାର୍ଯ୍ୟ କରାଯାଈଥିଲା। ଟୁର୍ଣାମେଣ୍ଟ ଲାଗି ଶେରଗଡ ସହର ମଧ୍ୟରେ ଥିବା ମହାତ୍ମାଗାନ୍ଧୀ ମିନି ଷ୍ଟାଡିୟମ କୁ ପ୍ରସ୍ତୁତ ସରିଥିଲା। ରାତି ପାହିଲେ ଟୁର୍ଣାମେଣ୍ଟ ଆରମ୍ଭ ହୋଈଥାନ୍ତା ଏବଂ ଦର୍ଶକ ମ୍ୟାଚ ର ମଜା ନେଈଥାନ୍ତେ। ହେଲେ କିଛି ଦୂର୍ବୃତ୍ତ ଜାଣିଶୁଣି ପିଚକୁ ଗତ ରାତିରେ ତାଡି ନଷ୍ଟ କରିଦେଈଛନ୍ତି। ପିଚକୁ ନଷ୍ଟ କରିବାର ଉଦ୍ଦେଶ୍ୟ ହେଲା ଟୁର୍ଣାମେଣ୍ଟ ନହେଉ,ଆୟୋଜକ ଦଳ ସମସ୍ତ ଙ୍କ ଆଗରେ ଲଜ୍ଜିତ ହୁଅନ୍ତୁ। ଆଜି ସକାଳେ ଆୟୋଜନ କରୁଥିବା ମଣିଙ୍ଗ କ୍ରିକେଟ କ୍ଲବ ର ସଦସ୍ୟ ମାନେ ଖବର ପାଈ ମିନି ଷ୍ଟାଡିୟମରେ ପହଞ୍ଚି ଯୁଦ୍ଧ କାଳୀନ ଭିତ୍ତିରେ ପିଚକୁ ପ୍ରସ୍ତୁତ କରିଥିଲେ ଏବଂ ଟୁର୍ଣାମେଣ୍ଟ ଆରମ୍ଭ ଲାଗି ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିଲେ।